Latest Odisha News

BREAKING NEWS

ମୋବାଇଲ ଚୋରି କଲା ମାଛ: କ୍ୟାମେରାରେ କଏଦ

ଏବେ ପିଲାଠାରୁ ବୁଢାଯାଏ ସମସ୍ତଙ୍କ ଭିତରେ ମୋବାଇଲ ମାନିଆ । ହାତରେ ମୋବାଇଲଟିଏ ପଡ଼ିଲେ ସମସ୍ତେ ଏହାର ଭରପୂର ମଜା ନିଅନ୍ତି । କିନ୍ତୁ ମାଛ ଭିତରେ ବି ମୋବାଇଲ ମାନିଆ ରହିଛି, ଏକଥା କ୍ୱଚିତ୍ ଜାଣନ୍ତି । ଆଖିକୁ ବିଶ୍ୱାସ ହେଉ ନ ଥିବା ଏମିତି ଏକ ଘଟଣା ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଯେଉଁଥିରେ ମୋବାଇଲ ଚୋରି କରୁଛି ମାଛ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ତାଙ୍କ ମାଆଙ୍କ ସହ ଏକ ଡ଼ଙ୍ଗାରେ ବସି ସମୁଦ୍ରରେ ମଜା ନେଉଛନ୍ତି । ସେମାନେ ଡ଼ଙ୍ଗାରେ ବୁଲୁଥିବା ବେଳେ ଭିଡ଼ିଓ ପାଇଁ ପୋଜ ଦେଉଛନ୍ତି । ତାଙ୍କର ଜଣେ ବନ୍ଧୁ ଏହି ଭିଡ଼ିଓ ରେକର୍ଡ଼ କରୁଥିଲେ । ସବୁକିଛି ଠିକ୍‌ଠାକ୍ ଥିଲା । ହଠାତ୍ ଏକ ମାଛ ପାଣିରୁ ବାହାରି ମହିଳା ଜଣକଙ୍କ ଧରିଥିବା ଫୋନକୁ ଛାଟି ଦେଇଥିଲା । ପରେ ମାଛଟି ବି ପାଣି ଭିତରକୁ ଡ଼େଇଁ ପଡ଼ିଥିଲା । ହେଲେ ମହିଳାଙ୍କ ଫୋନ ପାଣିରେ ପଡ଼ିଯାଇଥିଲା । ପ୍ରଥମେ ସେ ଜାଣି ପାରି ନଥିଲେ ଯେ ମୋବାଇଲ୍ କିପରି ତାଙ୍କ ହାତରୁ ପାଣିରେ ପଡିଗଲା । ଏହି ସବୁ ଆଖି ପିଛୁଳାକେ ଘଟିଗଲା । ହଠାତ୍ ସବୁ କ’ଣ ହେଲା କେହି ବୁଝିପାରିଲେ ନାହିଁ । ଯେତେବେଳେ ଏହି ଭିଡିଓ ସ୍ଲୋମୋସନରେ ଦେଖାଗଲା, ସେତେବେଳେ ପ୍ରକୃତ ଘଟଣା ସାମ୍ନାକୁ ଆସିଲା । ମହିଳା ଜଣକ ତାଙ୍କ ମାଙ୍କ ସହ ପୋଜ୍ ଦେବା ବେଳେ ମାଛଟି ତାଙ୍କ ଫୋନକୁ ପାଣିରେ ପକାଇଦେଇଥିବା ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏଥିସହ ଏହା ଉପରେ ଅନେକ ମଜାଳିଆ ମନ୍ତବ୍ୟ ବି ଦେଇଛନ୍ତି । ଅନେକ ଲେଖିଛନ୍ତି ଯେ ମାଛଟି ସମୁଦ୍ରରେ ସେଲଫି ଓ ରିଲ୍ସ କରିବାକୁ ମୋବାଇଲଟି ନେଇଛି ।

Comments are closed.