Latest Odisha News

BREAKING NEWS

ଉଜ୍ବଳ ତ୍ବଚା ପାଇଁ କେତେ ଉପକାରୀ ଆମ୍ବରୁ ପ୍ରସ୍ତୁତ ଫେସ ପ୍ୟାକ୍

ଦିଲ୍ଲୀ: ଖରା ଦିନ ଆସିବା ମାତ୍ରେ ବଜାରରେ ଆମ୍ବର ଚାହିଦା ମଧ୍ୟ ବଢିଯାଇଥାଏ । ଆଉ ଏହି ସମୟରେ ଲୋକେ ଖାଦ୍ୟକୁ ଆହୁରି ସୁସ୍ବାଦୁ କରିବା ପାଇଁ କଞ୍ଚା କିମ୍ବା ପାଚିଲା ଆମ୍ବର ବ୍ୟବାହାର କରନ୍ତି । କଞ୍ଚା ଆମ୍ବରୁ ଆମ୍ବ ପଣା ଏବଂ ଆମ୍ବ ଚଟନି ପରି ଅନେକ ଜିନିଷ ପ୍ରସ୍ତୁତ ହୋଇଥାଏ  ।  କିନ୍ତୁ ଆପଣ ଜାଣନ୍ତି କି ତ୍ୱଚାରେ ଆମ୍ବ ବ୍ୟବହାର କରିବା କେତେ ଲାଭଦାୟକ  ।

ଆମ୍ବକୁ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡେଣ୍ଟର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ତ୍ୱଚାରେ ଆମ୍ବ ବ୍ୟବହାର କରିବା କେବଳ ଗରମରୁ ମୁକ୍ତି ଦେଇନଥାଏ ।  ବରଂ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ତ୍ୱଚାର ଯତ୍ନରେ ଆମ୍ବର ବ୍ୟବହାର ଏବଂ ଏହାର କିଛି ଆଶ୍ଚର୍ଯ୍ୟଜନକ ଉପକାର ବିଷୟରେ ।

ଖରାଦିନେ ସୂର୍ଯ୍ୟ, ଧୂଳି ଏବଂ ଝାଳ ଯୋଗୁଁ ଚର୍ମରେ ବ୍ରଣ, ଟ୍ୟାନ, ଏବଂ ଡଲନେସ ଭଳି ସମସ୍ୟା ଦେଖାଦେଇଥାଏ । ଏଭଳି ପରିସ୍ଥିତିରେ ଆମ୍ବରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ , ଏହି ସବୁ ସମସ୍ୟାରୁ ମୁକ୍ତି ଦେଇଥାଏ  ।  ଏଥିସହିତ, ଭିଟାମିନ୍ ଏ ଏବଂ ଭିଟାମିନ୍ ସି ନଷ୍ଟ ହୋଇଥିବା ଚର୍ମ କୋଷଗୁଡ଼ିକୁ ବାହାର କରି ଚର୍ମର ଚମକକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଚର୍ମରେ ଆମ୍ବ କିପରି ବ୍ୟବହାର କରାଯାଏ ଆସନ୍ତୁ ଜାଣିବା ।

ତ୍ୱଚାରେ ମୃତ କୋଷଗୁଡ଼ିକୁ ଦୂର କରି ତ୍ୱଚାକୁ ଗ୍ଲୋ କରିବାରେ ଏହି ଫେସ୍ ପ୍ୟାକ୍ ପ୍ରଭାବଶାଳୀ । ଏଥିପାଇଁ ଗୋଟିଏ ଆମ୍ବକୁ କାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ ୩ ଚାମଚ ଓଟମିଲ୍ ଏବଂ ୭ରୁ୮ ବାଦାମକୁ ଗ୍ରାଇଣ୍ଡ କରି ଏହାକୁ ମିଶାନ୍ତୁ । ତା’ପରେ ୨ ଚାମଚ କଞ୍ଚା କ୍ଷୀର ମିଶାଇ ଭଲ ଭାବରେ ମିଶାନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ, ତା’ପରେ ୧୫ ମିନିଟ୍ ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇଥର ଏହି ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ନରମ ଏବଂ ସତେଜ ରହିବ । ଖରାଦିନେ ଟ୍ୟାନିଂ ଏବଂ ବ୍ରଣରୁ ମୁକ୍ତି ପାଇବା ପାଇଁ ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଫେସ ପ୍ୟାକ ହେବ ।

Comments are closed.