ମୁମ୍ବାଇ: ପତ୍ନୀର ଧରମ ଭାଇକୁ ହତ୍ୟା। ପତ୍ନୀ ସହ ଖରାପ ବ୍ୟବହାର କରୁଥିବାରୁ ପୂର୍ବରୁ ଚେତାଇ ଆସୁଥିଲେ କିନ୍ତୁ ଏହାପରେ ବି ସୀମା ଲଂଘିଥିଲା ସମସ୍ତ ହରକତ। ଏହାପରେ ଭିଣୋଇ ଜଣଙ୍କ ହତ୍ୟା କରିଥିବା ସ୍ବୀକାର କରିଛି। ଏମିତିକି ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସଂପୃକ୍ତ ବ୍ୟକ୍ତିର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିବା ମୁମ୍ବାଇ ପୁଲିସ କହିଛି।
ଅଭିଯୁକ୍ତ ସଫିକ୍ ଅହମ୍ମଦ ଶେଖ୍ ଅଭିଯୋଗ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ବାପାଙ୍କ ଦ୍ୱାରା ଲାଳନପାଳନ ହୋଇଥିବା ୧୭ ବର୍ଷୀୟ ଈଶ୍ୱର ପୁତ୍ରନ୍ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିବା ସହ ତାଙ୍କ ଶରୀରରେ ବାରମ୍ବାର ହାତ ମାରୁଥିଲେ। ଯାହାକୁ ସେ ନାପସନ୍ଦ କରୁଥିଲେ। ଏପରି ନକରିବାକୁ ଏଥିପାଇଁ ଚେତାବନୀ ଦେଇଥିଲେ।
ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ ପୁତ୍ରନ ତାଙ୍କର କୌଣସି କଥାକୁ ଖାତିର କରିନଥିଲେ। ଏହାପରେ ସୋମବାର ମୁମ୍ବାଇର ଚେମ୍ବୁରରେ ବ୍ୟକ୍ତି ଜଣକ ପୁତ୍ରନଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ନିଜ ରୋଷେଇ ଘରେ ଲୁଚାଇ ରଖିଥିଲେ। ଦୁଇ ଦିନ ଧରି ସଂପୃକ୍ତ ବ୍ୟକ୍ତି ନିଖୋଜ ରହିବା ପରେ ଅଭିଯୁକ୍ତଙ୍କ ଶ୍ୱଶୁର ପୁତ୍ରନ ବିଷୟରେ ପଚାରିଥିଲେ। ହେଲେ ଜ୍ବାଇଁର ନିରବତା ଦେଖିବା ପରେ ସନ୍ଦେହ ହେବାରୁ ସେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପରେ ସେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି। ଅଭିଯୁକ୍ତଙ୍କ ପତ୍ନୀ ତାଙ୍କୁ ନିଜର ଭାଇ ବୋଲି ଭାବୁଥିଲେ ମଧ୍ୟ ସେମାନେ ରକ୍ତ ସମ୍ପର୍କ ରଖିନଥିଲେ ବୋଲି ପୁଲିସ କହିଛି। ପ୍ରମାଣ ନଷ୍ଟ କରିବା ଏବଂ ହତ୍ୟା ମାମଲାରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।
Comments are closed.