Latest Odisha News

BREAKING NEWS

ସୁପ୍ରିମକୋର୍ଟକୁ ବି ଛାଡିଲେନି ସାଇବର ଅପରାଧୀ, ନକଲି ଓ୍ବେବସାଇଟ୍ ଜାଣିବା ପରେ କୋର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟଳୟ ନାଁରେ ନକଲି ଓ୍ବେବସାଇଟ୍। ଯାହାକୁ ଦେଖି କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା କହି ଏହି ନକଲି ଓ୍ବେବସାଇଟକୁ ନେଇ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ନକଲି ସାଇଟ୍ ସୁପ୍ରିମକୋର୍ଟର ସରକାରୀ ଓ୍ୱେବସାଇଟର ନକଲ କରୁଛି । ଏହି ୟୁଆରଏଲ ହେଉଛି http://cbins/scigv.com ଏବଂ https://cbins.scigv.com/offence।

ଏହି ନକଲି ଓ୍ୱେବସାଇଟର ଏକ ହେଡର ରହିଛି ଯେଉଁଥିରେ “Offence of Money-Landering” ଲେଖାଯାଇଛି ଏବଂ ବ୍ୟବହାରକାରୀଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ସହିତ ଏକ ଫର୍ମ ଭରିବାକୁ କୁହାଯାଇଛି। ଯେଉଁଥିରେ ସେମାନଙ୍କ ବ୍ୟାଙ୍କ ନାଁ ମଧ୍ୟ ରହିଛି, ଫୋନ୍ ନମ୍ବର, ପାନ୍ ନମ୍ବର, ଅନଲାଇନ୍ ବ୍ୟାଙ୍କିଙ୍ଗ୍ ୟୁଜର୍ ଆଇଡି, ଲଗଇନ ଆଇଡି, ଏବଂ କାର୍ଡ ପାସଓ୍ୱାର୍ଡ ରହିଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଓ୍ୱେବସାଇଟ୍ କୋର୍ଟଙ୍କ ସହ ଅନୁବନ୍ଧିତ ନୁହେଁ। ଯଦି କେହି ଏହି ଓ୍ୱେବସାଇଟରେ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତି ତେବେ ସେମାନଙ୍କର ତଥ୍ୟ ଚୋରି ହେବାର ଆଶଙ୍କା ରହିଛି। ଯେଉଁ ସାଇଟରେ ନିଜର ତଥ୍ୟ ଦେଉଛନ୍ତି ସେଥିପ୍ରତି ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.