Latest Odisha News

୨୦୨୨-୨୩ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଏନ୍‌ଏସ୍‌ଏସ୍‌ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ରାଜ୍ୟ ପୁରସ୍କାରଗୁଡ଼ିକ ନିମନ୍ତେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ୨୦୨୨-୨୩ ମସିହା ପାଇଁ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନାଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟ୍‌ମାନଙ୍କୁ ପୁରସ୍କୃତ କରାଯିବ।

ଏହା ବ୍ୟତୀତ ବୃକ୍ଷରୋପଣ, ରକ୍ତଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୟୁନିଟ୍‌ଗୁଡ଼ିକୁ ପୁରସ୍କୃତ କରାଯିବ। ଅନୁରୂପ ଭାବରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ବିଜେତାମାନଙ୍କୁ ଟ୍ରଫି, ନଗଦ ଅର୍ଥରାଶି, ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ଗଠିତ ବିଶେଷଜ୍ଞ କମିଟି ଦ୍ୱାରା ଚୟନ କରାଯାଇଥିବା ଏହି ବିଜେତାମାନଙ୍କୁ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ।

ତିନିଜଣ ପ୍ରୋଗ୍ରାମ ଅଫିସର, ତିନିଟି ଶ୍ରେଷ୍ଠ କଲେଜ୍‌ ୟୁନିଟ୍‌, ବୃକ୍ଷରୋପଣ, ରକ୍ତଦାନ ପାଇଁ ଦୁଇଟି ୟୁନିଟ୍‌ ସମେତ ୧୨ ଜଣ ସେ୍ୱଚ୍ଛାସେବୀଙ୍କୁ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.