Latest Odisha News

ଇସ୍ରୋର ମିଶନ ସୂର୍ଯ୍ୟ, ଆରମ୍ଭ ହେଲା କାଉଣ୍ଟଡାଉନ

ନୂଆଦିଲ୍ଲୀ: ଭାରତ ମୁନ ମିଶନ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଏବେ ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସୌର ମିଶନ । ଆସନ୍ତାକାଲି ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହକୁ ଉତକ୍ଷେପଣ କରାଯିବ । ଇସ୍ରୋର ସୂର୍ଯ୍ୟ ମିଶନ ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଏବେ ଠାରୁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଏନେଇ ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥ ସୂଚନା ଦେଇଛନ୍ତି ।

ପୃଥିବୀ ଏବଂ ସୂର୍ଯ୍ୟର ଦୂରତା ପ୍ରାୟ ୧୫ କୋଟି କିଲୋମିଟର ହୋଇଥିବା ବେଳେ ଆଦିତ୍ୟ L1କୁ ପୃଥିବୀ ଠାରୁ ୧୫ ଲକ୍ଷ କିମି ପର୍ଯ୍ୟନ୍ତ ପଠାଯିବ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ପାଞ୍ଚଟି ଲାଗ୍ରାଞ୍ଜିଆନ୍‌ ପଏଣ୍ଟ ଅଛି । ଏହା କୌଣସି ମହାକାଶଯାନର ମାଧ୍ୟାକର୍ଷଣ ସେଣ୍ଟ୍ରିପେଟାଲ୍ ଶକ୍ତି ସହିତ ସମାନ ହୋଇଥାଏ । ଫଳରେ ଯେକୌଣସି ମହାକାଶ ଯାନ ଦୀର୍ଘ ସମୟ ଧରି ଏଠାରେ ଅଟକି ରହି ଗବେଷଣା କରିପାରିବ । ସୂର୍ଯ୍ୟ ମିଶନ ପାଇଁ L1 ପଏଣ୍ଟ ସ୍ଥିର କରାଯାଇଛି । ଏହା ଭାରତର ପ୍ରଥମ ସୂର୍ଯ୍ୟ ମିଶନ ହୋଇଥିବା ବେଳେ ଏହା ଉପରେ ସମସ୍ତଙ୍କର ନଜର ରହିଛି ।

ଇସ୍ରୋ ଚେୟାରମ୍ୟାନ ଚେନ୍ନାଇ ଏୟାରପୋର୍ଟରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଆଦିତ୍ୟ L1 ଉପଗ୍ରହକୁ ଲଞ୍ଚ କରିବା ପାଇଁ ଆମେ ସମସ୍ତେ ପ୍ରସ୍ତୁତ ରହିଛୁ । ରକେଟ୍‌ ଏବଂ ସାଟେଲାଇଟ ମଧ୍ୟ ପ୍ରସ୍ତୁତି ହୋଇ ରହିଛି । ଉତକ୍ଷେପଣ ପୂର୍ବରୁ ଆମର ରିହର୍ସଲ ମଧ୍ୟ ଶେଷ ହୋଇଛି । ଆଜି ଠାରୁ କାଉଣ୍ଟଡାଉଣ୍ଟ ଆରମ୍ଭ ହେବ । ଲଞ୍ଚ ହେବା ପରେ ଅଧିକ ସୂଚନା ପ୍ରଦାନ କରାଯିବ।

Comments are closed.