Latest Odisha News

BREAKING NEWS

୯ ବର୍ଷର ଶିଶୁକୁ ହେଇଛି ଅଦ୍ଭୁତ ରୋଗ: ଯନ୍ତ୍ରଣା, ଥଣ୍ଡା, ଗରମ କିଛି ଅନୂଭୂତ ହେଉ ନାହିଁ

ଆଗ୍ରା: ୯ ବର୍ଷର ଏକ ଶିଶୁକୁ ହେଉଛି ଅଦ୍ଭୁତ ରୋଗ । ଏହାର ଲକ୍ଷଣ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ଶରୀରରେ ଯଦି କୌଣସି ଆଘାତ ହେଉଛି ଏହି ଶିଶୁକୁ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେଉ ନାହିଁ । ସେହିପରି ସେ ଥଣ୍ଡା କିମ୍ବା ଗରମ କଣ ଜାଣିପାରୁ ନାହିଁ । ଏମଆରଆଇ କରାଯିବା ପରେ ଖଦୌଲୀର ଏହି ଶିଶୁ ମେରୁଦଣ୍ଡରେ କେତେକ ଶୀରା ଚାପି ହୋଇ ରହିଯାଇଛି । ଏହାକୁ ଡାକ୍ତରୀ ଭାଷାରେ ଡାୟଷ୍ଟମେଟୋମାଲିୟା ଟାଇପ-୧ କୁହାଯାଏ । ପ୍ରତି ୧୦ ହଜାର ବ୍ୟକ୍ତିଙ୍କ ମଧ୍ୟରେ ଜଣଙ୍କୁ ଏହା ହୋଇଥାଏ ।

ଏସଏନ ମେଡିକାଲ କଲେଜ ପକ୍ଷରୁ ଏହାର ଅପରେସନ କରାଯାଇଥିଲା । ଅପରେଶନ ପରେ ପିଲାଟି ଏବେ ସୁସ୍ଥ ଅଛି । ତେବେ କିଛି ଦିନ ଡାକ୍ତରଙ୍କ ତତ୍ୱାବଧାନରେ ରୋଗୀ ରହିବ ବୋଲି କୁହାଯାଇଛି । ଶୀରା ଚାପି ହୋଇ ରହି ଯାଇଥିବା ଫଳରେ ଶିଶୁର ମସ୍ତିଷ୍କ ଏ ସମ୍ପର୍କରେ କୌଣସି ସୂଚନା ଦେଇପାରୁ ନ ଥିଲା । ଫଳରେ ଯନ୍ତ୍ରଣା ହେଉ କିମ୍ବା ଥଣ୍ଡା, ଗରମ ସେ କିଛି ଜାଣିପାରୁ ନ ଥିଲା ।

Comments are closed.