ବିହାର: ରାମାୟଣର ଏକ ଚର୍ଚ୍ଚିତ ଚରିତ୍ର ଶ୍ରବଣ କୁମାର, ଯିଏ ନିଜ ଦୃଷ୍ଟିହୀନ ବାପାମାଆଙ୍କୁ ଭାରରେ ବସାଇ ତୀର୍ଥ ଯାତ୍ରା କରାଇଥିଲେ । ବର୍ତ୍ତମାନ ସମୟରେଏଭଳି ବି ଚରିତ୍ର ଅଛନ୍ତି,ଯିଏ ନିଜ ବାପାମାଆଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି ଚରିତ୍ର ହେଲେ ବିହାରର ଦୁଇ ଭାଇ, ଯେଉଁମାନେ ନିଜ ବାପାଙ୍କ ଇଛା ପୂରଣ କରିବା ପାଇଁ ନିଜ ମାଆଙ୍କୁ ଭାରରେ ୧୬୦ କିଲୋମିଟର ଦୂର ତୀର୍ଥ ଯାତ୍ରା କରିଛନ୍ତି ।
ବିହାରର ଖାଗଡ଼ିଆ ଜିଲ୍ଲା ଚାଉଥମର ବାସିନ୍ଦା ପବନ ଶାହା ଏବଂ ସୁନୀଲ ଶାହା । ଦୁହେଁ ପ୍ରକୃତ ଭାଇ । ତାଙ୍କର ଅକ୍ଷମ ମାଆକୁ ଧରି ୧୬୦ କିଲୋମିଟର ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି । ସେମାନେ ତାଙ୍କ ମାଆଙ୍କୁ ପ୍ରଥମେ ସୁଲତାନଗଞ୍ଜରୁ ଦେଓଗରକୁ ନେବେ । ସେଠାରୁ ବାସୁକିନାଥ ଧାମକୁ ଯିବେ । ପବନ ଏବଂ ସୁନୀଲ କହିଛନ୍ତି ଯେ, ୨୦୧୦ ମସିହାରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ବାପାଙ୍କ ଇଛା ଥିଲା ସେ ତାଙ୍କ ମାଆଙ୍କୁ କାନୱାରରେ ଏକ ତୀର୍ଥଯାତ୍ରାରେ ନେବା । କିନ୍ତୁ ବାପାଙ୍କ ମୃତ୍ୟୁ ପରେ ସବୁ ଇଛା ମଉଳି ଯାଇଥିଲା । ଏବେ ଏହି ଦୁଇ ଭାଇ ବାପାଙ୍କ ଇଛା ପୂରଣ କରିବା ପାଇଁ ମାଆଙ୍କୁ ତୀର୍ଥ ଯାତ୍ରାରେ ନେଇଛନ୍ତି । ତାଙ୍କ ମାଆ ଶୋଭା ଦେବୀ ମଧ୍ୟ ପୁଅମାନଙ୍କ ଏପରି କାର୍ଯ୍ୟରେ ବହୁତ ଖୁସି ଅଛନ୍ତି । ଦୁଇ ଭାଇଙ୍କ ଏପରି କାର୍ଯ୍ୟକୁ ଖୁବ୍ ପ୍ରଶଂସା କରାଯାଇଛି ।
ଏନେଇ ଶୋଭା ଦେବୀ କହିଛନ୍ତି ଯେ, ଆଜିକାଲି କ୍ୱଚିତ ବାପାମାଆଙ୍କର ଯତ୍ନ ନେଉଛନ୍ତି । କେଉଁଠି ସନ୍ତାନ ବାପାମାଆଙ୍କୁ ପିଟୁଥିବା ବେଳେ ଆଉ କେଉଁଠି ବୃଦ୍ଧାଶ୍ରମକୁ ପଠାଇ ଦେଇଥାନ୍ତି । ମୁଁ ବହୁତ ଭାଗ୍ୟବାନ ଯେ, ଏପରି ପୁଅକୁ ଜନ୍ମ ଦେଇଛି । ଭଗବାନ କରନ୍ତୁ ପ୍ରତ୍ୟେକ ବାପାମାଆଙ୍କୁ ଏପରି ପିଲା ଦିଅନ୍ତୁ । ଯେଉଁମାନେ ପିତାମାଆଙ୍କୁ ସମ୍ମାନ ଦେବା ସହ ସେମାନଙ୍କର ସମସ୍ତ ଇଚ୍ଛା ପୂରଣ କରିବେ ।
Comments are closed.