ଅଷ୍ଟ୍ରେଲିଆ: କିଛି ବର୍ଷ ପଛକୁ ଗଲେ ଲୋକ ସଂଖ୍ୟାର ହାର କେତେ ଥିଲା ତାହା ଆମ ସମସ୍ତଙ୍କୁ ଜଣା । ବିଭିନ୍ନ ହସପିଟାଲରେ ସେ ସମୟରେ ଗର୍ଭଧାରଣ ଓ ସନ୍ତାନସନ୍ତତି ପାଇଁ ଚିକିତ୍ସା ହେବାର ସୁବିଧା ନ ଥିଲା । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଭିନ୍ନ ପରିବାରରେ ଅତିକମରେ ୫ କିମ୍ବା ୬ ପିଲା ଜନ୍ମ ହେଉଥିଲେ । ପରିବର୍ତ୍ତିତ ଦୃଶ୍ୟପଟରେ ସେ ସମୟ ବଦଳିଯାଇଛି । ଏବେ ସନ୍ତାନ ଜନ୍ମକୁ ସୀମିତ କରିବା ପାଇଁ ଅଧିକାଂଶ ଦମ୍ପତ୍ତି ଅନାଗ୍ରହି । ଏକ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ହେଲା ସଚେତନତା । ହେଲେ ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ବେଶ୍ ଚର୍ଚ୍ଚାରେ । ତାଙ୍କର ଏପର୍ଯ୍ୟନ୍ତ ୯ଟି ପିଲା ଥିବାବେଳେ ସେ ବର୍ତ୍ତମାନ ୧୦ମ ଥର ପାଇଁ ଗର୍ଭବତୀ ଅଛନ୍ତି ।
କ୍ଲୋଇ ନାମ୍ନୀ ଜଣେ ମହିଳା ଅଷ୍ଟ୍ରେଲିଆରେ ରୁହନ୍ତି । ବିବାହ ପରେ ସେ ଗତ ୭ ବର୍ଷ ହେବ ଗର୍ଭବତୀ ହୋଇ ଆସୁୁଛନ୍ତି । ସେ ପ୍ରତିବର୍ଷ ଗର୍ଭଧାରଣ କରିବାର ଅନୁଭୂତି ସାଉଁଟୁଛନ୍ତି । ଏବେ ତାଙ୍କର ୯ଟି ପିଲା ଅଛନ୍ତି । ଆସନ୍ତା ବର୍ଷ ସେ ତାଙ୍କର ୧୦ମ ଶିଶୁ ଜନ୍ମଦେବାକୁ ଯାଉଛନ୍ତି । ନିକଟରେ କ୍ଲୋଇ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ସେଥିରେ ସେ ତାଙ୍କ ସ୍ୱାମୀ ଏବଂ ୯ ଶିଶୁଙ୍କ ସହିତ ଅଛନ୍ତି । ଏଥିସହ ତାଙ୍କ ହାତରେ ଅଲ୍ଟ୍ରାସାଉଣ୍ଡର ଏକ ଫଟୋ ମଧ୍ୟ ରହିଛି ।
କ୍ଲୋଇ କହିଛନ୍ତି ଯେ, ମୋର ୧୦ମ ପିଲା ୨୦୨୪ ମସିହା ଫେବୃୟାରୀରେ ଜନ୍ମନେବ । ମୁଁ ୭ ବର୍ଷରେ କିଛିଥର ୨ କିମ୍ବା ୩ ଯାଆଁଳା ପିଲା ଜନ୍ମ ଦେଇଛି । ଏଥିରେ ସେ ଏବଂ ତାଙ୍କ ସ୍ୱାମୀ ବେଶ୍ ଖୁସି ଥିବା କହିଛନ୍ତି । ହେଲେ ଏହି ଭିଡ଼ିଓ ଦେଖିବା ପରେ ଅନେକ ତାଙ୍କୁ ସମାଲୋଚନା କରିବା ସହ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି ।
Comments are closed.