Latest Odisha News

BREAKING NEWS

G20ରେ ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପରଷା ଯିବ ମିଲେଟ ପ୍ରସ୍ତୁତ ବ୍ୟଞ୍ଜନ

ନୂଆଦିଲ୍ଲୀ: ଚଳିତ ଥର ଆମ ଦେଶ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ(G-20 Summit)। ଏ ନେଇ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ କଡ଼ାକଡ଼ି କରିବା ପାଇଁ ସବୁ ଦିଗ ଉପରେ ଧ୍ୟାନ ଦିଆଯାଉଛି। ରାଜଧାନୀ ଦିଲ୍ଲୀର ମୁଖ୍ୟ ରାସ୍ତା ଗୁଡ଼ିକୁ ସଫା ସୁତୁରା କରି ସାଜସଜ୍ଜା ଆରମ୍ଭ ହୋଇଯାଇଛି। ବିଦେଶୀ ଅତିଥି ମାନଙ୍କର ରହିବା, ଖାଇବା, ପିଇବା ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଉଛି । କିଭଳି ସେମାନେ ଆମ ଦେଶର ସୁସ୍ୱାଦୁ ଓ ସୁସ୍ଥକର ବ୍ୟଞ୍ଜନ ଗ୍ରହଣ କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହାରି ଭିତରେ ସାମ୍ନାକୁ ଆସିଛି ଅତିଥି ମାନଙ୍କର ଖାଦ୍ୟ ତାଲିକା । ବର୍ତ୍ତମାନ ସାରା ଦେଶରେ ମିଲେଟ ଜାତୀୟ ଖାଦ୍ୟ ଚର୍ଚ୍ଚାରେ ଥିବାବେଳେ ଅତିଥି ମାନଙ୍କୁ ମିଲେଟ ଖାଦ୍ୟ ପରଷା ଯିବା ନେଇ ଚର୍ଚ୍ଚା ହେଉଛି ।

ଚଳିତ ବର୍ଷ ସମଗ୍ର ବିଶ୍ୱ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ଭାବେ ପାଳନ କରୁଛି ତେଣୁ ମିଲେଟ ଜାତୀୟ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମିଲେଟ ଭାରତର ପାରମ୍ପରିକ ଖାଦ୍ୟ ଏହାକୁ ସାଧାରଣ ଲୋକଙ୍କ ଖାଦ୍ୟ ଥାଳୀରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ପ୍ରୟାସ ଚଳାଇ ଆସିଛନ୍ତି। ସେପ୍ଟେମ୍ବର ୯ ତାରିଖ ଓ ୧୦ ତାରିଖରେ ଭାରତରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱନେତା ଓ ପ୍ରତିନିଧିମାନଙ୍କୁ ମିଲେଟ୍ରୁ ପ୍ରସ୍ତୁତ ଖାଦ୍ୟ ପରଷିବାର ଯୋଜନା ରହିଛି । ତା ସହ ସ୍ଥାନୀୟ ଅଞ୍ଚଳରେ ରୋଡ୍ ସାଇଡ୍ ଖାଦ୍ୟର ମଧ୍ୟ ସ୍ଵାଦ ଚାଖିବାକୁ ଦିଆଯିବ । ଏହି ଖାଦ୍ୟ ମଧ୍ୟରେ ଦିଲ୍ଲୀର ପ୍ରସିଦ୍ଧ ଚାନ୍ଦିନ ଚୌକର ରୋଡ୍ ସାଇଡ୍ ଖାଦ୍ୟ ମୁଖ୍ୟତଃ ଭାବରେ ସାମିଲ ରହିଛି ।ଏହା ଛଡା ଜି-୨୦ ବୈଠକରେ ଯୋଗ ଦେଉଥିବା ନେତାଙ୍କୁ ଉପହାର ଦେବା ଉପରେ ମଧ୍ୟ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେଉଥିବା ଦେଖାଯାଇଛି ।

 

Comments are closed.