Latest Odisha News

BREAKING NEWS

ସ୍କୁଲର ଅଜବ ନିୟମ, ମଧ୍ୟାହ୍ନ ଭୋଜନ ପରେ ଶୋଇଥା’ନ୍ତି ପିଲା, ଏଥିପାଇଁ ଦେବାକୁ ପଡ଼େ ଫି

ଚୀନ: ଘରୋଇ ହେଉ ବା ସରକାରୀ ବିଦ୍ୟାଳୟଗୁଡ଼ିକରେ ଏବେ ପାଠପଢା ସହ ବିଭିନ୍ନ ବିଷୟରେ ଶିକ୍ଷା ଦିଆଯାଉଛି । ଘରୋଇ ବିଦ୍ୟାଳୟଗୁଡ଼ିକ ବିଭିନ୍ନ ଶିକ୍ଷା ପାଇଁ ଫି ନେଇଥାନ୍ତି । କିନ୍ତୁ ଚିନ୍‌ରେ ଏମିତି ଏକ ବିଦ୍ୟାଳୟ ଅଛି, ଯେଉଁଠି ମଧ୍ୟାହ୍ନଭୋଜନ ପରେ ପିଲାମାନଙ୍କ ପାଇଁ ଶୋଇବାର ବ୍ୟବସ୍ଥା କରାଯାଇଛି । ଏଥିଲାଗି ବିଦ୍ୟାଳୟ ପକ୍ଷରୁ ଅତିରିକ୍ତ ଫି ବି ନିଆଯାଉଛି । ସ୍କୁଲର ଏପରି ଅଜବ ନିୟମକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଚୀନର ଗୁଆଙ୍ଗଡୋଙ୍ଗରେ ରହିଛି ଜେସେଣ୍ଡ ପ୍ରାଥମିକ ବିଦ୍ୟାଳୟ । ଏଠାରେ ପିଲାମାନଙ୍କୁ ପାଠ ପଢା ସହ ବିଭିନ୍ନ ବିଷୟରେ ଶିକ୍ଷା ଦିଆଯାଇଥାଏ । ଏହି ବିଦ୍ୟାଳୟ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏଠାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପରେ ଶୋଇବା ବା ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯାଇିଛି । ଏଥିଲାଗି ସ୍କୁଲ ପକ୍ଷରୁ ଅଧିକ ଫି ବି ନିଆଯାଉଛି । ସ୍କୁଲର ଏହି ବ୍ୟବସ୍ଥା ଦେଖି ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଚୀନର ସୋସିଆଲ ମିଡିଆରେ ବିଦ୍ୟାଳୟର ଅଭିଭାବକ ଓ ଶିକ୍ଷକ ଗୋଷ୍ଠୀର ଏକ ଚାଟ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପିଲାମାନଙ୍କ ଉପରେ ଶୋଇବା ପାଇଁ ଚାର୍ଜ ଲାଗୁ କରାଯାଇଛି । ଏହି ବ୍ୟବସ୍ଥା ଅନୁଯାୟୀ ପିଲାମାନେ ବିଦ୍ୟାଳୟରେ କିଛି ସମୟ ଶୋଇ ପାରିବେ ଏବଂ ଏହି ସମୟ ମଧ୍ୟରେ ସେମାନେ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ରହିବେ ।

ଯଦି ବ୍ରେକ୍ ସମୟରେ ପିଲା ନିଜ ଡେସ୍କରେ ମୁଣ୍ଡ ନୁଆଁଇ ଶୋଇବ, ତେବେ ସେଥିପାଇଁ ତାଙ୍କୁ ୨୩୦୦ ଟଙ୍କା ଦେବାକୁ ପଡିବ । ଯଦି ସେ ନିଜେ ଶ୍ରେଣୀଗୃହରେ ମ୍ୟାଟ୍ ପ୍ରୟୋଗ କରି ଶୋଇବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରାୟ ୪୫୦୦ ଟଙ୍କା ଦେବାକୁ ପଡିବ । ସେହିପରି ପିଲାଙ୍କୁ ଶୋଇବା ପାଇଁ ଏକ ଘରୋଇ କୋଠରୀ ଦରକାର, ଯେଉଁଥିରେ ଏକ ଶଯ୍ୟା ସୁବିଧା ଥିବ ତେବେ ତାଙ୍କୁ ଏଥିପାଇଁ ପ୍ରାୟ ୭୮୦୦ ଟଙ୍କା ଦେବାକୁ ପଡିବ ।

Comments are closed.