Latest Odisha News

ଜି-୨୦ ସମ୍ମିଳନୀକୁ ଆସିବେନି ରୁଷ ଓ ଚୀନ ରାଷ୍ଟ୍ରପତି: ମୁହଁ ଖୋଲିଲେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସାମିଲ ହେବେନି । ଏହି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଜି-୨୦ରେ ସାମିଲ ହେବା ପାଇଁ କେତେକ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି କୌଣସି କାରଣ ବଶତଃ  ନ  ଆସିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେହି କେହି ଏମିତି ନ ଆସିବା ସାଧାରଣ କଥା । ତେବେ ସେମାନଙ୍କର ପ୍ରତିନିଧି ସାମିଲ ହେବ ।  ହେଲେ ଏହି ସମ୍ମିଳନୀରେ ଯେଉଁ ଦେଶର ପ୍ରତିନିଧିମାନେ ଅଛନ୍ତି ସେମାନେ ନିଜ  ଦେଶ ଏବଂ ତାଙ୍କର ସ୍ଥିତିକୁ ସାମ୍ନାରେ ରଖୁଛନ୍ତି। ପ୍ରତ୍ୟେକ ଦେଶ ବହୁତ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ନେଇ ଏହି ସମ୍ମିଳନୀକୁ ଆସୁଛନ୍ତି ।

ଜୟଶଙ୍କର କହିଛନ୍ତି, ଜି ୨୦ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ । ଜି-୨୦ ପାଇଁ ବହୁତ ପ୍ରସଙ୍ଗ ରହିଛି । କିଛି ପ୍ରସଙ୍ଗ ଦୀର୍ଘକାଳୀନ ଗଠନମୂଳକ ଏବଂ ଆଉ କିଛି ଅଧିକ ପ୍ରଭାବଶାଳୀ  । ଏମିତି କିଛି ପ୍ରସଙ୍ଗ ରହିଛି ଯାହାକୁ ସାରା ବିଶ୍ୱ ଦେଖୁଛି । ହେଲେ ଏହାର ବୋଝ ଗ୍ଲୋବାଲ ସାଉଥ ଏବଂ ବିକାଶଶୀଳ ଦେଶ ମୁଣ୍ଡରେ ଲଦାଯାଉଛି । ଅଶାନ୍ତ ବିଶ୍ୱ ବାତାବରଣ, କୋଭିଡ ପ୍ରଭାବ, ୟୁକ୍ରେନ-ରୁଷ ଯୁଦ୍ଧ ପ୍ରସଙ୍ଗ ଯାହା ଦୀର୍ଘ ଦିନ ଧରି ଚାଲି ଆସୁଛି  ଏବଂ  ଜଳବାୟୁ ପରିବର୍ତ୍ତନ ଯାହା ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଉଛି..ଏ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।

ଜି-୨୦ ସମ୍ମିଳନୀକୁ ନେଇ ସରକାରଙ୍କ ପକ୍ଷରୁ ହେଉଥିବା ବ୍ୟବସ୍ଥା ଉପରେ ବିରୋଧୀଙ୍କ ଆଲୋଚନାକୁ ନେଇ ଜୟଶଙ୍କର କହିଛନ୍ତି, ସେ ସମୟରେ ଶିଖର ସମ୍ମିଳନୀ ବୈଠକ ଏମିତି ଏକ ସମୟରେ ହେଉଥିଲା ଯେତେବେଳେ ଦେଶର ପ୍ରଭାବ ସମ୍ଭବତଃ  ବିଜ୍ଞାନ ଭବନ କିମ୍ବା ତାଠାରୁ ୨ କିମି ଦୂର ପର୍ଯ୍ୟନ୍ତ ରହୁଥିଲା ।  ହେଲେ ଏବକାର ଯୁଗ ଭିନ୍ନ, ସରକାର ଭିନ୍ନ । ଏହା ଏକ ଭିନ୍ନ  ବିଚାର ପ୍ରକ୍ରିୟା  ମଧ୍ୟ । ଏବେ ଜି-୨୦ ଏକ ଜାତୀୟ ଉଦ୍ୟମ ରୂପେ ଦେଖାଯାଉଛି । ଯେଉଁ ଲୋକଙ୍କୁ ଲାଗୁଛି ଯେ, ୧୯୮୩ରେ ଫସି ରହିବା ଉଚିତ ତେବେ ସେମାନେ ସେଠାରେ ରୁହନ୍ତି, ସେମାନଙ୍କୁ ଆମେ ସ୍ୱାଗତ କରିବୁ ।

Comments are closed.