କେନ୍ଦୁଝର: ଥମୁନି ବେଆଇନ ଗୋଚାଲାଣ । କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଏକ ସ୍କର୍ପିଓରେ ଗୋରୁ ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକେ କୌଣସି ସୂତ୍ରରୁ ଜାଣିପାରି ସ୍କର୍ପିଓକୁ ଜବତ କରି ସେଥିରେ ନିଆଁ ଲଗାଇଦେଇଛନ୍ତି । ସୂଚନା ଅନୁଯାୟୀ ଢେଙ୍କିକୋଟ ପଟରୁ ସାହାରପଡା ଆଡକୁ ଗୋରୁ ମାନଙ୍କୁ ଅତି ଦୟନୀୟ ଅବସ୍ଥାରେ ଗାଡି ଭିତରେ ବାନ୍ଧି ନିଆଯାଉଥିଲା ।
ଏହି ସମୟରେ ପାଟଣା ବନ ବିଭାଗର କର୍ମଚାରୀ ଉକ୍ତ ଗାଡିରେ କାଠ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଗାଡିଟିର ପିଛା କରିଥିଲେ । ତେବେ ହଠାତ୍ ଗାଡିଟିର ଆଗ ଚକା ପମ୍ପଚର ହୋଇଯିବାରୁ ଗୋଚାଲାଣକାରୀ ଗାଡିକୁ ଛାଡି ଫେରାର ହୋଇଯାଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କର୍ପିଓ ଗାଡିଟିକୁ ଜବତ କରିଛି । ସେପଟେ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପସ୍ଥିତିରେ ଗାଡିରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି ।
Comments are closed.