Latest Odisha News

ଏସିସିକୁ କ୍ଷତିପୂରଣ ମାଗିଲା ପିସିବି

କରାଚୀ: ଏସିଆ କପ କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ସେହିପରି ଭାରତ ଓ ନେପାଳ ମ୍ୟାଚରେ ମଧ୍ୟ ଓଭର କମ କରାଯାଇଥିଲା । ଗୁରୁବାର ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆନ କ୍ରିକେଟ କାଉନସିଲକୁ କ୍ଷତିପୂରଣ ମାଗିଛି । ବର୍ଷା ଯୋଗୁ ଟିକେଟ କମ ବିକ୍ରି ହୋଇଛି ଏବଂ ଏହାର ଆମର କ୍ଷତି କରିଛି ବୋଲି ପିସିବି ଚେୟାରମ୍ୟାନ ଜାକା ଅଶ୍ରଫ କହିଛନ୍ତି । ଏସିସି ଚେୟାରମ୍ୟାନ ଜୟ ଶାହ ଏ ସମ୍ପର୍କରେ କିଛି କହି ନାହାନ୍ତି । ଏସିଆ କପ ଆୟୋଜନ ଅଧିକାର ପାକିସ୍ତାନ ନିକଟରେ ରହିଥିଲା । ପାକିସ୍ତାନ ଯିବାକୁ ଭାରତ ମନା କରିବା ଫଳରେ ଏବେ ଏହାକୁ ହାଇବ୍ରିଡ ମଡେଲରେ ଖେଳାଯାଉଛି ।

ଏବେ ସୁପର ୪ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚରେ ବାଂଲାଦେଶକୁ ପାକିସ୍ତାନ ପରାସ୍ତ କରିଛି । ଏହି ମ୍ୟାଚରେ ମଧ୍ୟ ଦର୍ଶକଙ୍କ ସଂଖ୍ୟା ବହୁତ କମ ରହିଥିଲା । ସୁପର ଫୋର ଓ ଫାଇନାଲ ମ୍ୟାଚ କଲମ୍ବୋରେ ଖେଳାଯିବାକୁ ରହିଛି । ତେବେ ଏଠାରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ ହେବା ନେଇ ସନ୍ଦେହ ଉପୁଜିଛି । ଅତ୍ୟଧିକ ବର୍ଷା ଯୋଗୁ ପ୍ରଶଂସକଙ୍କ ଆଗ୍ରହ ମଧ୍ୟ ଏଥିପ୍ରତି କମ ରହିଛି ।

Leave A Reply

Your email address will not be published.