Latest Odisha News

ଭୁବନେଶ୍ୱର ବିମାନ ବନ୍ଦରରେ ଅକ୍ଟୋବର ୧ ତାରିଖ ୮ ଘଣ୍ଟା ପାଇଁ ବନ୍ଦ ରହିବ ବିମାନସେବା

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର  ମରାମତି କାମ  ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ । ଫଳରେ ଅକ୍ଟୋବର ୧ ତାରିଖରୁ ରାତିରେ ୮ ଘଣ୍ଟା ପାଇଁ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯିବ ।

ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନଙ୍କ  ଗୁରୁବାର ଏ ନେଇ ସୂଚନା ଦେଇ କହିଛନ୍ତି, ବିମାନ ବନ୍ଦର ରନୱେ ମରାମତି କାମ  ଅକ୍ଟୋବର ୧ରୁ କରାଯିବ । ରନୱେ ମରାମତି କାମ ସାଧାରଣତଃ ବର୍ଷା ଦିନ ପରେ ହୋଇଥାଏ ।  ବର୍ଷା କମ ହେଲେ ଏବଂ ବିନା ହ୍ୟୁମିଡିଟିରେ ଏହି କାମ କରାଯାଏ ।  ଏହା କାମ ତିନି ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ମରାମତି କାମ ପାଇଁ   ରାତିରେ 8 ଘଣ୍ଟା ବନ୍ଦ ରହିବ ବିମାନ ସେବା ।  କ୍ୟାଟ 2 ଲାଇଟର ଫିଟିଙ୍ଗ ବି ଏହି ସମୟରେ ରନୱେରେ ଲଗାଯିବ।ଏଥିପାଇଁ ୭୨ କୋଟି ଅନୁମୋଦନ କରାଯାଇଛି ।  ଲାଇଟ ଫାସିଲିଟି ପାଇଁ ୧୯  କୋଟି ଖର୍ଚ୍ଚ ହେବ ।  ଏଇ ସମୟରେ ରାତି ୧୦ଟାରୁ ସକାଳ ୬ ନହେଲେ ରାତି ୧୧ରୁ ସକାଳ ୭ଯାଏ ବିମାନ ସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

Comments are closed.