ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ଜ୍ୱାଇଁର ମର୍ଯ୍ୟଦା ମିଳିଲାନି । ଏମିତି ଅଭିଯୋଗ ଆଣିଛି ବ୍ରିଟେନ ମିଡିଆ । ଦ ଗାର୍ଜିୟାନରେ ଏକ ଆର୍ଟିକିଲ ପ୍ରକାଶ ପାଇଛି ଯାହାର ହେଡିଂରେ ଲେଖା ଯାଇଛି ରୁଷି କିଏ ?
ଏହି ଆଲେଖ୍ୟକୁ ପଢିଲେ ବ୍ରିଟେନବାସୀଙ୍କ ଅଭିଯୋଗକୁ ସ୍ପଷ୍ଟ ଅନୁଭବ କରିହୁଏ । ଏଥିରେ ଲେଖାଯାଇଛି, ରୁଷି ନିଜକୁ ଭାରତ ଜ୍ୱାଇଁ ବୋଲି କହୁଛନ୍ତି । ହେଲେଜ୍ୱାଇଁର ମର୍ଯ୍ୟଦା କାହିଁ ? ନୂଆଦିଲ୍ଲୀରେ ଆୟୋଜିତ ଜି୨୦ ସମ୍ମିଳନୀରେ ରୁଷିଙ୍କୁ ଜ୍ୱାଇଁର ମର୍ଯ୍ୟଦା ଦିଆ ଯାଇନାହିଁ । ନରେନ୍ଦ୍ର ମୋଦି ରୁଷି ସୁନକଙ୍କୁ ଭେଟିଲେ । ହେଲେ ଯାହା ତାଙ୍କଠାରୁ ଆଶା କରାଯାଉଥିଲା ସେମିତି କିଛି ମିଳିଲାନି । ଅବଶ୍ୟ ପିଏମ ରୁଷି ସୁନକ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମୋଦିଙ୍କ ସହ ସାକ୍ଷାତକାର ଖୁବ ଭଲ ଥିଲା ବୋଲି କହିଛନ୍ତି ।
ଅବଶ୍ୟ ଖବରକାଗଜର ଆର୍ଟିକିଲରେ ଲକଡାଉନ ଏବଂ ରୁଷି ସୁନକଙ୍କ କାର୍ଯକ୍ରମରେ ପରିବର୍ତ୍ତନକୁ ସମ୍ପର୍କରେ ବି ଉଲ୍ଲେଖ କରାଯାଇଛି । ଯାହା ବି ହେଉ, ଆର୍ଟିକିଲରେ ସ୍ପଷ୍ଟ ଉଲ୍ଲେଖ ରହିଛି, ଯେମିତି ଆଶା ଥିଲା ସେମିତି ସ୍ୱାଗତ ରୁଷି ସୁନକଙ୍କୁ କରାଯାଇ ନାହିଁ ।
ଏଥିରେ କୁହାଯାଇଛି, ଅର୍ଥବ୍ୟବସ୍ଥା ଅନୁସାରେ, ଭାରତ ୫ମ ଏବଂ ବ୍ରିଟେନ ୬ ନମ୍ବରରେ ରହିଛି । ଏଥିରେ କୁହାଯାଇଛି, ରୁଷିସୁନକଙ୍କୁ ପ୍ରଧାନମନ୍ତ୍ରୀ ନିଜ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ତାଙ୍କୁ ତାଲିକାର ତଳେ ରଖା ଯାଇଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଘରେ ଯେଉଁ ବୈଠକ ହୋଇଥିଲାତାହା କେବଳ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ରିଜର୍ଭ କରାଯାଇଥିଲା ।
ଏହା ପରେ ସୁନକ ଏବଂ ମୋଦିଙ୍କ ସାକ୍ଷାତ ଜି-୨୦ ଭେନ୍ୟୁରେ ଥିବା କନଫରେନ୍ସ ରୁମରେ ହୋଇଥିଲା । ଏହା ପରେ ରୁଷି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଆଲୋଚନା ଖୁବ ପ୍ରଡକ୍ଟିଭିଡି ଏବଂ ସଫଳ ହୋଇଥିଲା ବୋଲି କହିଥିଲେ ।
Comments are closed.