Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ଏଲନ ମସ୍କ : ଏଥର ଗୁପ୍ତ ସନ୍ତାନ ଟେକ୍ନୋ ମେକାନିକ୍ସଙ୍କୁ ନେଇ

ନୁଆଦିଲ୍ଲୀ: ଏଲନ ମସ୍କଙ୍କୁ କିଏ ନ ଜାଣେ ? ବିଭିନ୍ନ ପ୍ରସଙ୍ଗକୁ ନେଇ ଏଲନ ସବୁବେଳେ ଚର୍ଚ୍ଚାରେ । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏଲନ । ଏଲନଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ସେପ୍ଟେମ୍ବର ୨୨ରେ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଛି  ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ ଏଲନଙ୍କ ଆଉ ଜଣେ ସନ୍ତାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହି ସନ୍ତାନ ଗ୍ରୀମ୍ସଙ୍କ କୋଳରେ ଜନ୍ମ ନେଇଛନ୍ତି । ଏହି ସନ୍ତାନର ନାମ ରଖାଯାଇଛି ଟେକ୍ନୋ ମେକାନିକ୍ସ । ଅବଶ୍ୟ ଏହି ସନ୍ତାନ ବିଷୟରେ କାହାକୁ ଜଣା ନ ଥିଲା । କିନ୍ତୁ ଏଲନଙ୍କ ଆତ୍ମଜୀବନୀ ପୁସ୍ତକରେ ଏହା ବିଷୟରେ ଉଲ୍ଲେଖ କରାଯାଇଛି ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ମସ୍କ ଏବଂ ତାଙ୍କର ଏକ୍ସ ପାର୍ଟନର ଗ୍ରୀମ୍ସ ତାଙ୍କ ତୃତୀୟ ସନ୍ତାନଙ୍କୁ ସ୍ୱାଗତ କରିବା ସହ ତାର ନାମ ଟେକ୍ନୋ ମେକାନିକ୍ସ ରଖିଛନ୍ତି । ତେବେ ଏହି ସନ୍ତାନ ବିଷୟରେ ବିଶେଷ ସୂଚନା ନାହିଁ । କେବେ ଏବଂ କେଉଁଠି ଜନ୍ମ ନେଲା ତାହାର ସୂଚନା ମଧ୍ୟ ନାହିଁ । ସନ୍ତାନର ପରିଚୟ ଏକଦମ ଗୁପ୍ତ ରଖାଯାଇଛି ।

କୁହାଯାଉଛି, ମସ୍କ ୨୦୧୮ରୁ ୨୦୨୨ ମଧ୍ୟରେ କାନାଡାର ଇଲେକ୍ଟ୍ରୋ ମ୍ୟୁଜିକ ଷ୍ଟାର କ୍ଲେରି ବାଉଚରଙ୍କ ସହ ଡେଟ କରୁଥିଲେ । ଏବେ ଉଭୟେ ଅଲଗା ହୋଇଗଲେଣି । ଉଭୟଙ୍କର ପ୍ରଥମ ସନ୍ତାନ ୨୦୨୨ ମେ’ରେ ହୋଇଥିଲା  ଯାହାର ନାମ X A E Xii ବା  X  ଥିଲା । ପୂର୍ବରୁ ଅର୍ଥାତ ୨୦୨୧ ଡିସେମ୍ବରରେ ତାଙ୍କର ଝିଅ ଜନ୍ମ ନେଇଥିଲା ଯାହାର ନାମ Y ରଖାଯାଇଥିଲା । ଏହି କନ୍ୟା ସନ୍ତାନ ସରୋଗେସି ସାହାଯ୍ୟରେ ହୋଇଥିଲା ।

Xରେ ଫୋଷ୍ଟ କରାଯାଇଥିବା ଏକ ଫଟୋରେ ଦେଖିବାକୁ ମିଳିଛି,  ମସ୍କ ଏକ କାଉଚ ଉପରେ ଗୋଡକୁ ଛନ୍ଦି ବସିଛନ୍ତି ଏବଂ ତାଙ୍କ କୋଳରେ ଯମଜ ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ଧରିଛନ୍ତି । ଅନ୍ୟ ଜଣଙ୍କୁ ମିସ ଜିଲିସ ଧରିଛନ୍ତି । ୨୦୨୧ ନଭେମ୍ବରରେ ଟେକ୍ସାସର ଅଷ୍ଟିନରେ ଏହି ଯମଜ ସନ୍ତାନଙ୍କ ଜନ୍ମ ହୋଇଥିଲା । ଏଲନ ତାଙ୍କର ପୂର୍ବ ପତ୍ନୀ ତଥା କାନାଡା ଲେଖିକା ଜଷ୍ଟିନ ୱିଲସନଙ୍କ  ୬ ସନ୍ତାନଙ୍କର ପିତା ଅଟନ୍ତି ।

ପିପୁଲ ରିପୋର୍ଟ ଅନୁସାରେ, ୨୦୦୨ରେ ଏଲନଙ୍କର  ପ୍ରଥମ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ହେଲେ ଶିଶୁ ମୃତ୍ୟୁ ସିଣ୍ଡ୍ରୋମ ଅନୁସାରେ ଜନ୍ମର ୧୦ ସପ୍ତାହ ପରେ ତାହାର ମୃତ୍ୟୁ ଘଟିଥିଲା ।

ଏଲନ ମସ୍କଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ସେପ୍ଟେମ୍ବର ୧୨ ତାରିଖରେ ପ୍ରକାଶ ପାଇବ । ହେଲେ ଏହା ପୂର୍ବରୁ ଏହାର ଅର୍ଡର ଆସି ସାରିଲାଣି । ଆମାଜନରେ ଏହା ବେଷ୍ଟ ସେଲର ହୋଇଛି । ଏହି ଆତ୍ମଜୀବନୀ ବାଲ୍ଟର ଇସାକସନଙ୍କ ଦ୍ୱାରା ଲେଖା ଯାଇଛି ।

 

Comments are closed.