ପ୍ରଲିପ୍ତା ଛୋଟରାୟ
ନାରୀର ଚିତ୍କାର ତାର ହା ହା କାର
ଯନ୍ତ୍ରଣା ସାଉଣ୍ଟେ ମନେ,
ଦୁଃଖର ସମ୍ଭାର, କର ରକ୍ଷା କର,
ଶବ୍ଦ କି ନ ଗୁଞ୍ଜେ କର୍ଣ୍ଣେ ?
ଧନ୍ୟ କହିବ ସେ ସୁଖଭୋଗି ଜନେ,
ଅନ୍ୟର କଷ୍ଟକୁ ପାଦେ ଦଳି ଯିଏ ଲିନ ବିଳାସ ବ୍ୟସନେ।
ଅଗମ୍ୟ ଅରଣ୍ୟେ, କ୍ରୋଧାଗ୍ନି ବର୍ଷଣେ,
ଆତ୍ମା ତା କମ୍ପିତ ଭିତେ,
ଜଡ଼ ନିଶିଥରେ, ରାକ୍ଷସ ନର୍ତ୍ତନେ,
ତନୁ ଜର୍ଜରିତ ରକ୍ତେ
ଅଜଣା ପ୍ରଶ୍ନଟି ଉଙ୍କିମାରେ ହୃଦେ,
କଳିଯୁଗର ଏ କାଳ ପରକାଷ୍ଠେ ନ୍ୟାୟ କି ଜିତିବ ସତେ !
ନାହିଁ ସ୍ଵାଧୀନତା, ନାହିଁ ସ୍ୱତନ୍ତ୍ରତା,
ନାହିଁ କିଛି ଅଭିଳାଷା,
ଏ ଭବ ସଂଗ୍ରାମେ, ଖେଳେ ନିଜ ମର୍ମେ,
କରି ଲୁହଲହୁ ବର୍ଷା,
କେ ଅବା ବୁଝିବ ତାର ଦୁର୍ଦ୍ଦଶା
ଛଳନା ରଙ୍ଗର ସ୍ପର୍ଶେ ମର୍ମାହତ, କୋହ ସମ୍ମିଳିତ ନିଶା ।
Comments are closed.