ସମ୍ବଲପୁର: ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ଖସି ପଡିଥିଲେ । ସୂଚନାନୁସାରେ, ଆଜି ସକାଳେ ସମ୍ବଲପୁରରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ଚାଉଁରପୁର ବ୍ରିଜ ଉପରୁ ଡେଇଁ ବ୍ୟକ୍ତି ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ବ୍ରିଜ ଉପରେ ବ୍ୟକ୍ତି ଜଣଙ୍କ ସ୍କୁଟି ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ମଧ୍ୟ ଆରମ୍ଭ କରିଥିଲେ । ଏବେ ସମଲେଇ ଘାଟରୁ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରାଯାଇଛି । ଏବଂ ଉଦ୍ଧାର ପରେ ସେଲଫି ନେବାବେଳେ ବ୍ୟକ୍ତି ଜଣଙ୍କ ଖସିପଡିଥିବା ସୂଚନା ମିଳିଛି ।
BREAKING NEWS
- Delhi Red Fort Blast: ଦିଲ୍ଲୀ ବ୍ଲାଷ୍ଟ୍ ପଛରେ ପାକିସ୍ତାନ ହାତ?
- Ahmedabad plane crash: ଏୟାର ଇଣ୍ଡିଆ ଦୁର୍ଘଟଣା: ତଦନ୍ତ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, AAIBକୁ ୩ସପ୍ତାହ ଦେଲେ ସମୟ
- Bangladesh Election 2026: ଭାରତ, ପାକିସ୍ତାନଠୁ କେତେ ଅଲଗା ବାଂଲାଦେଶ ନିର୍ବାଚନ?
- ରୁଷରେ ସୋସିଆଲ ମିଡିଆ ଷ୍ଟ୍ରାଇକ୍, ବ୍ୟାନ ହେଲା ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ସମେତ ଅନେକ ପ୍ଲାଟଫର୍ମ…
- Bangladesh Election 2026: ଭୋଟ ଦେଉଛନ୍ତି ବାଂଲାଦେଶବାସୀ, ଭୋଟ ବୟକଟ କରିବାକୁ ଆବେଦନ କରି ନିର୍ବାଚନକୁ ବେଆଇନ ବୋଲି କହିଲେ ହସିନାଙ୍କ ପୁଅ
- World-class Science City: ରାଜ୍ୟରେ ବିଶ୍ୱସ୍ତରୀୟ ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ଲୋଡ଼ିଲେ କେନ୍ଦ୍ରୀୟ ସହାୟତା
- Toshali National Crafts Mela: ୧୪ରୁ ତୋଷାଳି ମେଳା ଆରମ୍ଭ; ପ୍ରଥମଥର ପାଇଁ ଡ୍ରୋନ ଶୋ…
- Nationwide Strike: ଆଜି ‘ଭାରତ ବନ୍ଦ’: ‘ଆମ ବସ୍’ ଡିପୋରେ ତାଲା…ସକାଳ ୯ଟା ୩୦ ସୁଦ୍ଧା ଅଫିସ ଆସିବାକୁ ନିର୍ଦ୍ଦେଶ
- ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବ ପୁରାତନ ଛାତ୍ର ସଂସଦ ‘ବିଜେବି ଫ୍ରେଣ୍ଡସ୍’ର କର୍ମକର୍ତ୍ତା ନିର୍ବାଚନ
- ପିପିଲି କିନ୍ନର ମର୍ଡର ଘଟଣା: ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ
Comments are closed.