ଜମ୍ମୁ: ଜମ୍ମୁକାଶ୍ମୀରର ରାଜୌରି ଜିଲ୍ଲାର ନର୍ଲା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ସେନାର ଜଣେ ଯବାନ ସହିଦ ହେବା ସହ ଦୁଇ ଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ସେନାର ତାଲିମପ୍ରାପ୍ତ କୁକୁର କେଣ୍ଟର ମଧ୍ୟ ମୃତ୍ୟୁ ଘଟିଛି । ଏବେ ବି ଏନକାଉଣ୍ଟର ଜାରି ରହିଛି । ଆହୁରି ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଛି।
ସୂଚନା ମୂତାବକ ଗତକାଲି ଜମ୍ମୁକାଶ୍ମୀର ରଜୋରୀ ଜିଲ୍ଲାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଖବର ମିଳିବା ପରେ ଗତକାଲି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲେ । ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ ଆତଙ୍କବାଦୀମାନେ ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଏଥିରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ଅନ୍ୟ ୩ଜଣ ଯବାନ ଆହତ ହୋଇଛନ୍ତି । ସବୁଠୁ ଦୁଃଖଦ ବିଷୟ ହେଉଛି ଏହି ଅପରେସନରେ ସାମିଲ ଥିବା ଏକ କୁକୁର କେଣ୍ଟି ସହିଦ ହୋଇଯାଇଛି । ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ସେ ନିଜେ ସହିଦ୍ ହୋଇଯାଇଛି ।
ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂଙ୍କ କହିବା ଅନୁସାରେ, ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ୨୧ଟି ଡଗ୍ ୟୁନିଟିକୁ ଏହି ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନରେ ଗୋଟିଏ ୟୁନିଟ୍ ସେନାଙ୍କ ନେତୃତ୍ୱ ନେଇଥିଲା ଏହି କୁକୁର କେଣ୍ଟ୍ । ଆତଙ୍କବାଦୀଙ୍କ ପିଛା କରିବା ସମୟରେ ଅଚାନକ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହି ଗୁଳିବିନିମୟରେ କେଣ୍ଟ୍ ତାଙ୍କ ହ୍ୟାଣ୍ଡେଲର୍ ଏବଂ ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ନିଜେ ସହିଦ୍ ହୋଇଯାଇଛି ।
Comments are closed.