ମୁମ୍ବାଇ:କଶ୍ମୀର ଫାଇଲ୍ସକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ବିବାଦ । ଦୀର୍ଘ ଏକ ବର୍ଷ ପରେ କାଶ୍ମୀର ଫାଇଲ୍ସକୁ ନେଇ ମୁହାଁମୁହିଁ ହୋଇଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଅଭିନେତା ନାସିରୁଦ୍ଦିନ ଶାହ । ନାସିରୁଦ୍ଦିନ ଖାଲି କାଶ୍ମୀର ଫାଇଲ୍ସ ନୁହେଁ ବରଂ ଗଦ୍ଦର-୨ର ସଫଳତାକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ନାସିରୁଦ୍ଦିନ ଏପରି ଫିଲ୍ମର ସଫଳତାକୁ ଡେଞ୍ଜରିୟସ ଟ୍ରେଣ୍ଡ ବୋଲି କହି ସମାଲୋଚନା କରିଛନ୍ତି । ନାସିରୁଦ୍ଦିନଙ୍କ ପ୍ରତିକ୍ରିୟାକୁ ନେଇ ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
ଏକ ଇଣ୍ଟରନେଟ ପୋର୍ଟାଲକୁ ଇଣ୍ଟରଭ୍ୟୁ ଦେଇ ବିବେକ କହିଛନ୍ତି, ‘କେଉଁ ଫିଲ୍ମ ଭଲ ଏବଂ କେଉଁ ଫିଲ୍ମ ଖରାପ ଏ ନିଷ୍ପତ୍ତି ନାସିରୁଦ୍ଦିନ କରନ୍ତି ବୋଲି ମୋତେ ଜଣାନାହିଁ । ମୋ ଜାଣିବାରେ ତାଙ୍କୁ ସେହି ଫିଲ୍ମ ପସନ୍ଦ ଆସିଥାଏ ଯେଉଁଥିରେ ଭାରତର ଆଲୋଚନା କରାଯାଇଥାଏ । କିଛି ଲୋକ ନିଜ ଜୀବନକୁ ନେଇ ଦୁଃଖ, ସମସ୍ୟାରେ ଥାନ୍ତି । ସେମାନେ ନେଗେଟିଭ ଖବର ଏବଂ ଜିନିଷ ଉପରେ ଭରସା କରନ୍ତି । ଏଥିପାଇଁ
ମୁ ଜାଣିନି, ନସିର ଭାଇ କ’ଣ ପସନ୍ଦ କରନ୍ତି । ମୁଁ ତାଙ୍କ ଆକ୍ଟିଂର ଫ୍ୟାନ ଅଟେ ଏବଂ ଫିଲ୍ମ ‘ଦ ତାସକେଣ୍ଡ ଫାଇଲ୍ସ ’ରେ ବି ତାଙ୍କୁ କାଷ୍ଟ କରିଛି । କିନ୍ତୁ ସେ ଏବେ ଏପରି କଥା କହୁଛନ୍ତି କେମିତି ? ବୋଧହୁଏ ସେ ବହୁତ ବେଶି ବୁଢା ହୋଇଗଲେଣି କିମ୍ବା ନିଜ ଜୀବନକୁ ନେଇ ସମସ୍ୟାରେ ଅଛନ୍ତି।’
ଏଠି କହିରଖିବୁ ଫ୍ରି ପ୍ରେସ ଜର୍ଣ୍ଣାଲକୁ ଏକ ସାକ୍ଷାତକାର ଦେଇ ଲେଜେଣ୍ଡରୀ ଆକ୍ଟର ନସୀରୁଦ୍ଦିନ ଶାହ କହିଥିଲେ ଯେତେ ରାଷ୍ଟ୍ରବାଦୀ ଫିଲ୍ମ ତିଆରି କରିବ ତାହା ସେତେ ପପୁଲାର ହେବ । ଦେଶକୁ ଭଲ ପାଇବା ଯଥେଷ୍ଟ ନୁହେଁ । କାଳ୍ପନିକ ଶତ୍ରୁଙ୍କୁ ଆପଣ ତିଆରି କରୁଛନ୍ତି । ହେଲେ ଏମାନେ ବୁଝି ପାରୁନାହାନ୍ତି, ଯାହା ସେମାନେ କରୁଛନ୍ତି ଏହା ହାନିକାରକ ଅଟେ ।’ ସେ ଏକଥା ବି କହିଛନ୍ତି ଯେ ସେ ଏ ଯାଏ ଦ କେରଳ ଷ୍ଟୋରି ଏବଂ ଗଦର-୨ ଦେଖି ନାହାନ୍ତି ।
Comments are closed.