Latest Odisha News

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ରାୟଗଡା: ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି। ଜିଲ୍ଲାର ଗୁଣୁପୁର ଠାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ କାର୍ଯ୍ଯାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣୁପୁର ଠାରେ ବଂଶଧାରାର ଜଳସ୍ତର ୮୩.୭୫ ମିଟରକୁ ବୃଦ୍ଧି ପାଇଛି। ଏହି ସ୍ଥାନରେ ନଦୀର ବିପଦ ସଙ୍କେତ ୮୪ ମିଟର ରହିଛି।

ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ରାତିରେ ଏହାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବା ଆଶଙ୍କା କରାଯାଉଛି। ଚଳିତବର୍ଷ ପ୍ରଥମ ଥର ପାଇଁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳରେ ଫସଲ ପ୍ରତି ବିପଦ ଦେଖାଦେଲେ ବନ୍ୟା ପରିସ୍ଥିତି ଉପୁଜିଥାଏ।

ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୯ରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବାରୁ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Comments are closed.