ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନ୍ କଲ୍ ମାଧ୍ୟମରେ ମିଳିଛି ହତ୍ୟା ଧମକ । ନବ ଦାସଙ୍କ ଭଳି ବୈଜୟନ୍ତଙ୍କ ଦଶା ହେବ ବୋଲି କଲର୍ ଜଣକ କହିଛନ୍ତି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ ଏହି ଫୋନ୍ କଲ୍ ରିସିଭ୍ କରିଥିଲେ । ଏହା ପରେ ନବ ଦାସଙ୍କ ଭଳି ବୈଜୟନ୍ତଙ୍କୁ ହତ୍ୟା କରାଯିବା ନେଇ ଅନ୍ୟ ପଟୁ ଧମକ ଦେଇଥିଲା କଲର୍ । ଏହା ସତରେ ହତ୍ୟା ଧମକ ନା ପ୍ରାଙ୍କ୍ କଲ୍ ଥିଲା ଏବଂ ଏହା କେଉଁ ରାଜ୍ୟରୁ କଲ୍ କରାଯାଇଛି ସେ ନେଇ ଖୋଳତାଡ଼ କରୁଛି ପୋଲିସ୍ । ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ତରଫରୁ ସୂଚନା ମିଳିଛି ।
Comments are closed.