ମୁମ୍ବାଇ: ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ର ରାଜ୍ୟସଭା ସାଂସଦ ରାଘବ ଚଢା। ଦୁହେଁ ରାଜସ୍ଥାନର ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ଗତକାଲି ଉଭୟ ଉଦୟପୁରରେ ନିଜ ପରିବାର ସହିତ ପହଞ୍ଚିଛନ୍ତି । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ତାଙ୍କ ସହିତ ତାଙ୍କ ପରିବାର ଲୋକ ଏବଂ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ରହିଥିଲେ । ଉଦୟପୁର ଏୟାରପୋର୍ଟରେ ବାଜା ବଜାଇ ଉଭୟଙ୍କୁ ଉଦୟପୁରରେ ଗ୍ରାଣ୍ଡ ଓ୍ବେଲକମ୍ କରାଯାଇଥିଲା । ଉଦୟପୁରରେ ବିବାହର ପ୍ରସ୍ତୁତି ମଧ୍ୟ ଜୋର୍ସୋରରେ ଚାଲିଛି ।
ଯେହେତୁ ଆସନ୍ତା ୨୪ ତାରିଖରେ ଉଭୟଙ୍କର ବିବାହ ରହିଛି । ହୋଟେଲ ଦି ଲୀଲା ପ୍ୟାଲେସରେ ଆଜିଠାରୁ ବିବାହ ରୀତିନୀତି ଆରମ୍ଭ ହେବ। ଆଜି ସକାଳେ ଚୁରା ସମାରୋହ ଅନୁଷ୍ଠିତ ହେବ । ଚୁରା ସମାରୋହ ପରେ ମଧ୍ୟାହ୍ନ ଭୋଜନ ଆୟୋଜନ କରାଯାଇଛି | ପରେ ଆଜି ଉଭୟଙ୍କ ମେହେନ୍ଦୀ ସେରିମନୀ ମଧ୍ୟ ରହିଛି । ବିବାହ ପାଇଁ ଲୀଲା ପ୍ୟାଲେସ ହୋଟେଲକୁ ଅତ୍ୟନ୍ତ ସୁନ୍ଦର ଭାବେ ସଜାଯାଇଛି ।
ସାଧାରଣତଃ ଅନେକ ସମୟରେ ଦେଖାଯାଏ ସେଲିବ୍ରିଟିମାନେ ସେମାନଙ୍କ ବିବାହକୁ ଆସୁଥିବା ଅତିଥିମାନଙ୍କ ର ଫୋନ୍ ବ୍ୟବହାର ଉପରେ କଟକଣା ଲଗାଇଥାନ୍ତି । ମାତ୍ର ରାଘବ-ପରିନୀତି ଙ୍କ ବିବାହରେ ସେମିତି କିଛି ପ୍ରତିବନ୍ଧକ ନାହିଁ । ତେବେ ଯାହା ସୂଚନା ମିଳିଛି ପ୍ରିୟଙ୍କ ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନ୍ସ ଏହି ବିବାହ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ । ଏହି ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ, ଅକ୍ଷୟ କୁମାର, ଅର୍ଜୁନ କପୁର ଏବଂ କିଛି ବଡ ତାରକା ଯୋଗଦେବେ ବୋଲି ଆଶା କରାଯାଉଛି। ଏହି ବିବାହରେ ୨୦୦ ଅତିଥି ଏବଂ ୫୦ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Comments are closed.