Latest Odisha News

ବରଯାତ୍ରୀଙ୍କ ସହ ନୌକାରେ ଆସିଲେ ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଆଜି ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ଏଥିଲାଗି ପ୍ୟାଲେସକୁ ବହୁ ସୁନ୍ଦର ଭାବେ ସଜା ଯାଇଛି । ଆଉ ରାଘବ ବରବେଶରେ ସଜ୍ଜିତ ହୋଇ ବିବାହ କରିବାକୁ କାର କି ଘୋଡା ଚଢ଼ି ଆସିନାହାନ୍ତି । ସେ ବରବେଶରେ ବରଯାତ୍ରୀଙ୍କ ସହ ନୈକାରେ ବିବାହ ମଣ୍ଡପରେ ପହଞ୍ଚିଥିଲେ । ଏଦୃଶ୍ୟ ଖୁବ ଆକର୍ଷୀୟ ଥିଲା ।

ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାଘବ ଧଳା ରଙ୍ଗର ସେରୱାନି ପିନ୍ଧିଛନ୍ତି । ଏହି ବିବାହ ଉତ୍ସବରେ ଆମ୍ ଆଦମି ପାର୍ଟିର ଅନେକ ବଡ଼ ବଡ଼ ନେତା ଯୋଗ ଦେଇଥିବା ବେଳେ ନିର୍ଦ୍ଦେଶକ କରଣ ଜୋହର, ଟେନିସ୍ ଖେଳାଳି ସାନିଆ ମିର୍ଜା, ଡିଜାଇନର ମନୀଷ ମାଲହୋତ୍ରାଙ୍କ ସମେତ ଅନେକ ବଲିଉଡ୍ କଳାକାର ସାମିଲ ହୋଇଛନ୍ତି ।

Comments are closed.