Latest Odisha News

BREAKING NEWS

ନାଗସାପ ଗିଳିଲା ୧୨ ଫୁଟର ଅହିରାଜ

ମୟୂରଭଞ୍ଜ: ଜଣେ ବ୍ୟକ୍ତିଙ୍କ ଘରୁ ୧୨ ଫୁଟର ବିଶାଳ ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ। ଉଦଳା ବନାଞ୍ଚଳ ଅଧିନ ବଡଖମଣ ଗ୍ରାମର ହମବିର ମୁର୍ମୁଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଅହିରାଜ ସାପଟି ଘର ଭିତରେ ଚାଳ ନିକଟରେ ଏକ ସ୍ଥାନରେ ଲୁଚି ରହିଥିବା ପରିବାର ଲୋକେ ଦେଖିବା ପରେ ସ୍ନେକ ଲାଇଫ୍ ଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଅଭିଜିତ୍ ବେହେରା, ଅଭିଜିତ୍ ବିଶ୍ୱାଳ, ରନିତ୍ ବିଶ୍ୱାଳ, ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଘର ଭିତରୁ ଉଦ୍ଧାର କରିଥିଲେ।

ସାପଟି ଘର ଉପରେ ପଡିଥିବା ଏକ ପଟା ନିକଟରେ ରହିଥିବା ବେଳେ ତାକୁ ସେଠାରୁ ବାହାର କରି ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଅହିରାଜ ସାପ ହୋଇଥିବା ବେଳେ ତାହାର ଲମ୍ବ ୧୨ ଫୁଟ୍ ହେବ ବୋଲି ଜଣାଯାଇଛି। ଉଦ୍ଧାର ସାପଟିକୁ ଅକ୍ଷତ ଅବସ୍ଥାରେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି। ଅନ୍ୟପଟେ ଉକ୍ତ ଅହିରାଜ ସାପଟି ୬ ଫୁଟ ଲମ୍ବର ବିଷାକ୍ତ ନାଗସାପକୁ ଗିଳିଥିବା ଦେଖିବାକୁ ମିଳିଛି। ଅହିରାଜଟି ବିଷାକ୍ତ ନାଗସାପଟିକୁ ଧୀରେ ଧୀରେ କରି ପୁରା ଗିଳି ଦେଇଛି।

Comments are closed.