Latest Odisha News

ଭାଇରାଲ ଜ୍ୱର ହେଲେ ମନଇଚ୍ଛା ଔଷଧ ଖାଇବା ବିପଜ୍ଜନକ: ଡା. ଶୁଭ୍ରାଂଶୁ ପାତ୍ର

ଭୁବନେଶ୍ୱର: ଭାଇରାଲ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନ ଖାଇବାକୁ କିମ୍‌ସ ମେଡିକାଲ କଲେଜ ଉପାଧ୍ୟକ୍ଷ ତଥା ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଶୁଭ୍ରାଂଶୁ ପାତ୍ର ସତର୍କ କରାଇଛନ୍ତି । ଏହା ସହ କୌଣସି ପ୍ରକାର ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜ୍ୱର ବିଭିନ୍ନ ଅନ୍ତର୍ନିହିତ ରୋଗର ଲକ୍ଷଣ ହୋଇପାରେ ଏବଂ ଉପଯୁକ୍ତ ରୋଗ ନିର୍ଣ୍ଣୟ ନ କରି ଔଷଧ ସେବନ କଲେ ଏହାର ପରିଣାମ ଓଲଟା ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି ।

ଜ୍ୱର ଅନେକ ରୋଗର ଲକ୍ଷଣ ହୋଇପାରେ । ତାହା ସଂକ୍ରମଣ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ହୋଇପାରେ । ତେବେ ସମେସ୍ତ ବୁଝିବା ଜରୁରୀ ଯେ- ସବୁ ପ୍ରକାର ଜ୍ୱର କେବଳ ସଂକ୍ରମଣ କାରଣରୁ ହୁଏ ନାହିଁ । ଅନେକ ପ୍ରକାରର ସଂକ୍ରମଣ ଅଛି । ସମସ୍ତ ସଂକ୍ରମଣ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ନ ଥାଏ । ଜ୍ୱର ଅନୁଭବ କରିବା ସମୟରେ ଡାକ୍ତରୀ ପରାମର୍ଶ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଡା. ପାତ୍ର କହିଛନ୍ତି ଯେ, ଔଷଧ ଦୋକାନରୁ ନିଜେ ମନଇଛା ଆଣ୍ଟିବାୟୋଟିକ୍ ଆଣି ବ୍ୟବହାର କରିବା ଉଚିତ ନୁହେଁ । ଉପଯୁକ୍ତ ରୋଗ ନିର୍ଣ୍ଣୟ ବିନା ଆଣ୍ଟିବାୟୋଟିକ୍ ସେବନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ବୋଲି ଚେତାବନୀ ଦେଇଛନ୍ତି ।

ଆଣ୍ଟିବାୟୋଟିକ୍ ପ୍ରତିରୋଧର ବିପଦ ଏବଂ ଅନୁପୁଯୁକ୍ତ ଔଷଧ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କାକୁ ଏଡ଼ାଇବା ପାଇଁ ଜ୍ୱର ଅନୁଭବ କଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି ସେ କହିଛନ୍ତି ।

Comments are closed.