Latest Odisha News

ଅକ୍ଟୋବର ୨ରୁ ରାଜ୍ୟରେ ସମ୍ପୂର୍ଣ୍ଣ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଥରେମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଚଳିତ ବର୍ଷ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଥିଲେ, ଯାହାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରାଇବା ପାଇଁ ଯାଉଥିବା ମନ୍ତ୍ରୀ କହିଛନ୍ତି ।

ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁମୋଦନ ପ୍ରାପ୍ତ ହୋଇସାରିବା ପରେ ଜଙ୍ଗଲ ଓ ପରିବେଶ ବିଭାଗ ଏହାକୁ ଲାଗୁ କରାଇବ ବୋଲି ଆରୁଖ ସୂଚନା ଦେଇଛନ୍ତି ।

Comments are closed.