ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆଜି ଅର୍ଥାତ୍ ନଭେମ୍ବର ୨ ତାରିଖରେ ତାଙ୍କର ୬୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଅଭିନେତା ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ତାଙ୍କର ବହୁ ପ୍ରତୀକ୍ଷିତ ଆକ୍ସନ-ଏଣ୍ଟରଟେନର୍ଟେନର “କିଙ୍ଗ୍” ର ପ୍ରଥମ ଗୀତ “ତୁ ମିଲ୍ ଜାଏ” ରିଲିଜ୍ ହୋଇଛି। ଏହି ଗୀତରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିଛି।
“ତୁ ମିଲ୍ ଜାଏ” ଗୀତଟି ଶାହରୁଖ ଏବଂ ଦୀପିକାଙ୍କ ରୋମାଣ୍ଟିକ ରୋମାନ୍ସକୁ ପ୍ରଦର୍ଶିତ କରୁଛି।
ଗୀତର ସବୁଠାରୁ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଏହାର ଅନ୍ତର୍ଜାତୀୟ ମ୍ୟୁଜିକ କୋଲବୋରେସନ। ଅରିଜିତ ସିଂହ ଏବଂ ମଧୁବନ୍ତୀ ବାଗଚୀ ଗୀତର ହିନ୍ଦୀ ଅଂଶ ଗାଇଛନ୍ତି। ଯେତେବେଳେ କି ଅନ୍ତର୍ଜାତୀୟ ପପ୍ ଷ୍ଟାର ଏଡ୍ ଶିରାନ୍ ଇଂରାଜୀ ରାପ୍ ଗାଇଛନ୍ତି। ଏଡ୍ ଶିରାନ୍ ମଧ୍ୟ ରାପ୍ ଲେଖିଛନ୍ତି। ଗୀତର ସଙ୍ଗୀତ ସଚିନ-ଜିଗରଙ୍କ ଦ୍ୱାରା ରଚିତ ହୋଇଛି।
“କିଙ୍ଗ” ଫିଲ୍ମଟି ୨୪ ଡିସେମ୍ବର, ୨୦୨୬ରେ ସାରା ବିଶ୍ୱରେ ସିନେମା ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ, ଫିଲ୍ମ ‘କିଙ୍ଗ’ରେ ସୁହାନା ଖାନ, ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀ ଏବଂ ଅନିଲ କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।
