Latest Odisha News

BREAKING NEWS

ଚର୍ଚ୍ଚାରେ ମଇଁଷି: ଦିନକୁ ଖାଉଛି ୪୦ କିଲୋ ଗାଜର, ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ହେଉଛି ବିଜୟୀ

ହରିଆଣା: ଅଧିକାଂଶ ଲୋକ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରନ୍ତି । କେହି ଘରେ କୁୁକୁର,ବିଲେଇ, ଠେକୁଆ ରଖୁଥିବା ବେଳେ ଆଉ କିଏ ଗାଈ,ମଇଁଷି ରଖିବାକୁ ଭଲ ପାଆନ୍ତି । ସେମାନେ ନିଜ ଘରର ସଦସ୍ୟଙ୍କ ପରି ଏମାନଙ୍କ ଯତ୍ନ ନେଇଥାନ୍ତି । ଲୋକେ ଗାଈ, ମଇଁଷି ପାଳିବା ଦ୍ୱାରା ଅନେକ ଟଙ୍କା ରୋଜଗାର କରିଥାନ୍ତିି । ଦୁଗ୍ଧ, ଦହି, ଛେନା ଓ ଘିଅ ଆଦି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଆପଣ ନିଶ୍ଚୟ ଜାଣିଥିବେ । ହରିଆଣାର ଏମିତି ଜଣେ ବ୍ୟକ୍ତି ଯିଏ ଏକ ମଇଁଷି ପାଳିଛନ୍ତି,ଯାହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ।

ସଞ୍ଜୟ ନାମକ ଜଣେ ବ୍ୟକ୍ତି ହରିଆଣାର ଭିବାନୀ ଜୁଇ ଗ୍ରାମରେ ରୁହନ୍ତି । ୩ ବର୍ଷ ହେଲା ସେ ଏକ ମଇଁଷି ପାଳୁଛନ୍ତି । ସେ ନିଜ ପିଲାଙ୍କ ପରି ଏହି ମଇଁଷିର ଯତ୍ନ ନିଅନ୍ତି । ଏହି ମଇଁଷିର ନାଁ ରଖିଛନ୍ତି ଧର୍ମା । ତାକୁ ସବୁବେଳେ ସବୁଜ ପନିପରିବା ଖାଇବାକୁ ଦେଇଥାନ୍ତି ସଞ୍ଜୟ । ହେଲେ ଧର୍ମାର ପସନ୍ଦର ଖାଦ୍ୟ ହେଲା ଗାଜର । ସେଥିଲାଗି ସେ ଦିନକୁ ୪୦ କିଲୋ ଗାଜର ଖାଇଥାଏ । କେବଳ ସେତିକି ନୁହେଁ, ଧର୍ମା ପଞ୍ଜାବ ଓ ୟୁପିରେ ଆୟୋଜିତ ଅନେକଗୁଡ଼ିଏ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ବି ହୋଇଛି ।

ସଞ୍ଜୟଙ୍କ କହିବା ମୁତାବକ, ଧର୍ମାକୁ ମୁଁ ବହୁତ ଭଲ ପାଏ । ସେ ଆମ ଘରର ଜଣେ ସଦସ୍ୟ ପାଲଟି ଯାଇଛି । ତାହାଦ୍ୱାରା ମୁଁ ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଧର୍ମାର ଲୋକପ୍ରିୟତାକୁ ଦେଖି ଅନେକ ଲୋକ ୪୬ ଲକ୍ଷ ଟଙ୍କା ଦେଇ ଏହାକୁ କିଣିବାକୁ ଆସୁଛନ୍ତି । ହେଲେ ମୁଁ ଏହାକୁ ବିକ୍ରି କରିବାକୁ ଚାହୁଁନି । ଯଦି ମୋତେ ୬୧ ଲକ୍ଷ ଟଙ୍କାରୁ ଅଧିକ ଦେଲେ ମୁଁ ଏହାକୁ ବିକ୍ରି କରିବି ।

Comments are closed.