Latest Odisha News

BREAKING NEWS

ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ବହୁ ପତୀକ୍ଷିତ ଫିଲ୍ମ ‘ଗଣପତ’ର ଟିଜର, ଏହି ଦିନ କରିବ ପ୍ରେକ୍ଷାଳୟରେ ମୁକ୍ତିଲାଭ

ମୁମ୍ବାଇ: ରିଲିଜ୍ ହେଲା ଟାଇଗର ଶ୍ରଫ ଓ କ୍ରିତି ସାନନଙ୍କ ବହୁ ପତୀକ୍ଷିତ ଫିଲ୍ମ  ‘ଗଣପତ’ର ଟିଜର । ଇଣ୍ଟରନ୍ୟାସନାଲ ଫିଲ୍ମକୁ ଟକ୍କର ଦେବା ପାଇଁ ରହିଛି ଏହାର ଭିଜୁଆଲ୍ ଯାହା ଦର୍ଶକଙ୍କୁ ମତୁଆଲା କରିଛି । ପୂଜା ଏଣ୍ଟରଟେନମେଣ୍ଟ ‘ଗଣପତ: ଏ ହିରୋ ଇଜ୍‌ ବର୍ନ’ର ରୋମାଞ୍ଚକର ଟିଜର ରିଲିଜ ହେବା ସହିତ ଫିଲ୍ମକୁ ନେଇ ଦର୍ଶକଙ୍କୁ ଉତ୍ସୁତା ଆହୁରି ବଢିଛି।

ଟାଇଗର ଶ୍ରଫଙ୍କ ପାୱାର ପ୍ୟାକ ଆକ୍ସନରୁ ଟିଜର ଭିଡିଓ ଆରମ୍ଭ ହୋଇଛି। ସିନେମାର ଟିଜର ୨୦୭୦ A.D ଲେଖାରୁ ଆରମ୍ଭ ହୋଇଛି । ଯେଉଁଥିରେ ଟାଇଗରଙ୍କୁ କ୍ୟାମେରା ଆଡକୁ ପଛ କରି ବସିଥିବାର ଦେଖିବା ପାଇଁ ମିଳୁଛି । ଏତଦବ୍ୟତିତ ଟିଜରଟିରେ ବିଗ୍ ବିଙ୍କ ଜବରଦସ୍ତ ସ୍ୱର ଶୁଣିବା ପାଇଁ ମିଳୁଛି । ଟିଜର ଆରମ୍ଭରୁ ଲାଗୁଛି ଏହା ପ୍ରାୟ ୫୦ ବର୍ଷ ପରର ଏକ କାହାଣୀ । ଟିଜରରେ ରୋବଟ୍ ଫାଇଟରମାନଙ୍କୁ ମଧ୍ୟ ଦେଖିବା ପାଇଁ ମିଳୁଛି । ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବଲିଉଡ ଫିଲ୍ମରେ ଦେଖିବା ପାଇଁ ମିଳି ନଥିଲା । ହେଲେ ଫିଲ୍ମରେ ଚାର ଚାନ୍ଦ ଲଗାଇଥି ଟାଇଗରଙ୍କ ଆକ୍ସନ । ଲୋକମାନେ ଫିଲ୍ମର ଟିଜରକୁ ବହୁତ ପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଟ୍ରେଣ୍ତରେ ରହିଛି ।

କ୍ୱିନ୍‌ ଏବଂ ସୁପର ୩୦ର ଖ୍ୟାତନାମା ନିର୍ଦ୍ଦେଶକ ବିକାଶ ବହଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ ଫିଲ୍ମରେ ଟାଇଗର ଶ୍ରଫ, କ୍ରିତି ସାନନ ଏବଂ ମେଗାଷ୍ଟାର ଅମିତାଭ ବଚ୍ଚନ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଅକ୍ଟୋବର ୨୦ରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡରେ ମୁକ୍ତିଲାଭ କରିବ

 

Comments are closed.