Latest Odisha News

BREAKING NEWS

ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର , ଆଜିଠୁ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ବଙ୍ଗୋପସଗାରରେ ସୁଦୃଶ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ  । ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମକୁ ଗତି କରି ଉତ୍ତର ଓଡିଶା ମୁହାଁ ହେବ ।  ଏହାର ପ୍ରଭାବରେ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ  ଜାରି କରାଯାଇଛି  । ଏସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା  ।

ସେହିପରି ପ୍ରବଳ ବର୍ଷା ନେଇ  ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ  । ଅନ୍ୟପଟେ ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ରାଜ୍ୟରେ ଜୁନ ୧ରୁ ୨୯ ତାରିଖ ଯାଏ ୧୧୦୫.୪ ପ୍ରତିଶତ ବର୍ଷା ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ । ଏହି ସମୟ ମଧ୍ୟରେ ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଏସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦ୍ରାପଡ଼ା ,  ପୁରୀ ଓ ନବରଙ୍ଗପୁର ଜିଲ୍ଲା  ।

Comments are closed.