Latest Odisha News

BREAKING NEWS

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ରାସ୍ତାକଡକୁ ଖସିପଡିଛି  । ଫଳରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଆର.ବି. କୋଚ୍ ନାମକ ଘରୋଇ ବସ୍‌ ଗତକାଲି  ରାତିରେ ବ୍ରହ୍ମପୁରଠାରୁ ଇନ୍ଦ୍ରାବତି ଅଭିମୁଖେ ଯାଉଥିଲା।

ମାତ୍ର ହିକିରିକୁପା ଗାଁ ନିକଟରେ ଥିବା  ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତାର ବାମ ପଟ ତଳକୁ ଖସିଯାଇଥିଲା। ଫଳରେ ଏକ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି  । ପରେ ମୋହନା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛି । ଅନ୍ୟଏକ ଗାଡି ରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.