ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ । ପଶୁମାନେ ଥରେ ମଣିଷଙ୍କୁ ଭଲ ପାଇ ବସିଲେ, କେବେ ପ୍ରତାରଣା କରନ୍ତି ନାହିଁ । ଏମିତି କି ସେମାନେ ସେହି ବ୍ୟକ୍ତିଙ୍କୁ କେବେ ବି ଛାଡ଼ି ପାରନ୍ତି ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ହାତୀ ଏବଂ ତାର ମାଲିକଙ୍କ ମଧ୍ୟରେ ଥିବା ଭଲପାଇବା ନଜର ଆସିଛି । ହାତୀର ଭଲପାଇବା ଦେଖିବା ପରେ ଆପଣ ଭାବପ୍ରବଣ ହୋଇଯିବେ ।
ନିକଟରେ ଆଇଆରଏଏସ୍ ଅଧିକାରୀ ଅନନ୍ତ ରୁପାନାଗୁଡ଼ି ତାଙ୍କ ଟୁଇଟରରେ ଏହି ଭିଡିଓ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ହାତୀ ଏବଂ ମାଲିକଙ୍କ ମଧ୍ୟରେ ପ୍ରେମ । ଯାହା ଖୁବ୍ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ହାତୀର ମାଲିକ ଜଣେ ବ୍ୟକ୍ତିଙ୍କ ସହ ସ୍କୁଟିରେ ବସିଛନ୍ତି । କିନ୍ତୁ ହାତୀଟି ବାରମ୍ବାର ତା’ ଶୁଣ୍ଢରେ ମାଲିକଙ୍କୁ ଟାଣିଆଣୁଛି । ସେ ତାଙ୍କୁ ଆଲିଙ୍ଗନ କରୁଛି ଏବଂ ତା’ପରେ ତାଙ୍କୁ ଯିବାକୁ ଦେଉନି । ମାଲିକ ନିଜକୁ ହାତୀ କବଳରୁ ମୁକ୍ତ କରିବାକୁ ଯେତେ ଚେଷ୍ଟା କରୁଥିଲେ ବି ହାତୀ ତାଙ୍କୁ ଛାଡୁନାହିଁ । ବହୁ ସମୟ ପରେ ମାଲିକ ଯେତେବେଳେସ୍କୁଟିରେ ବସୁଛନ୍ତି ହାତୀ ପୁଣି ଥରେ ତା’ ଶୁଣ୍ଢରେ ଟାଣିନେଉଛି । ହାତୀ ତାର ମାଲିକଙ୍କୁ ତା’ଠାରୁ ମୋଟେ ଯିବାକୁ ହିଁ ଦେଉନାହିଁ ।
ଏହି ଭିଡିଓକୁ ଦେଖିବ ପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି, ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବନ୍ଧନ ଅଛି । ଆଉ କିଛି କହିଛନ୍ତି, ହାତୀ ମାଲିକଙ୍କୁ ଅତି ଯତ୍ନର ସହ ଧରୁଥିଲା । କୌଣସି ବଳ ପ୍ରୟୋଗ କରୁ ନ ଥିଲା । କାରଣ ହାତୀ ଜାଣିଛି ସେ ନିଜେ କେତେ ଶକ୍ତିଶାଳୀ । ଯଦି ବଳ ପ୍ରୟୋଗ କରେ ତେବେ ତା’ର ମାଲିକଙ୍କୁ ଆଘାତ ଲାଗିବ ।
Comments are closed.