ନୂଆଦିଲ୍ଲୀ: ପ୍ରତ୍ୟେକ ଘରେ ରୋଷେଇରେ ବ୍ୟବହୃତ ହୁଏ ରସୁଣ । କିନ୍ତୁ ଏହି ରସୁଣରେ କେତେ ଔଷଧୀୟ ଉପାଦାନ ରହିଛି ଆପଣ ମାନେ ଜାଣିଛନ୍ତି କି ଆସନ୍ତୁ ଜାଣିବା । ରସୁଣ ଖାଇବା ଦ୍ବାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯଦିଓ ଏଥିରେ କମ୍ କ୍ୟାଲୋରୀ ଥାଏ । କିନ୍ତୁ ଏଥିରେ ଭିଟାମିନ୍ ବି ୬ , ଭିଟାମିନ୍ ସି, ମାଙ୍ଗାନିଜ୍, ସେଲେନିୟମ୍ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଥାଏ । ଏହା କେବଳ ବିଭିନ୍ନ ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ନୁହେଁ , ଏହା ହାର୍ଟ ପାଇଁ ମଧ୍ୟ ଲାଭଦାୟକ ।
ରସୁଣ ରାନ୍ଧିବାବେଳେ ଏହାର ଚୋପାକୁ ଛଡାଇ ଦେଇ ଏହାକୁ ଫିଙ୍ଗି ଦେଇଥାଉ । ମାତ୍ର ଏହି ଚୋପାକୁ ଆମେ ପୁନଃ ବ୍ୟବହାର କରିପାରିବା । ଘରେ ରସୁଣ ଚୋପାକୁ ଭଲ ଭାବେ ଗୁଣ୍ଡ କରି ଏହାକୁ ଲୁଣ ସହିତ ମିଶାନ୍ତୁ । ଏହି ରସୁଣ ଚୋପା ସହିତ ମିଶ୍ରିତ ଲୁଣ ବିଭିନ୍ନ ଡିସରେ ଅତିରିକ୍ତ ସ୍ୱାଦ ଆଣିଥାଏ । ଭିନେଗାରରେ ରସୁଣ ଚୋପା ମିଶାନ୍ତୁ । ଯାହା ସାଲାଡ ଡ୍ରେସିଂ ପାଇଁ ଏହା ବେଷ୍ଟ ବିକଳ୍ପ ।
ରସୁଣ ଚୋପାକୁ ଏକ ଉତ୍ତମ ସାର ଭାବରେ ବ୍ୟବହାର କରାଯାଇପାରିବ । ଯଦି ଆପଣ ଘରେ ତିଆରି କମ୍ପୋଷ୍ଟ ତିଆରି କରୁଛନ୍ତି । ସେଥିରେ ରସୁଣ ଚୋପାକୁ ମିଶାନ୍ତୁ । ଏହା କମ୍ପୋଷ୍ଟକୁ ଅଧିକ ପୁଷ୍ଟିକର କରିଥାଏ । ଶୁଖିଲା ରସୁଣ ଚୋପାକୁ ହାଣ୍ଡି ଏବଂ ପାତ୍ର କ୍ଲିନର୍ ଭାବରେ ବ୍ୟବହାର କରାଯାଇପାରିବ । ଏହା ପ୍ୟାନରେ ଲାଗିଥିବା ଖାଦ୍ୟକୁ ସହଜରେ ସଫା କରିବାରେ ସାହାଯ୍ୟ କରେ । ରସୁଣ ଚା ତିଆରି କରିବା ପାଇଁ ରସୁଣ ଚୋପାକୁ ପାଣିରେ ଫୁଟାନ୍ତୁ । ଏହି ଚାକୁ ଥଣ୍ଡା ଏବଂ ଫ୍ଲୁ ପାଇଁ ପ୍ରାକୃତିକ ବ୍ୟବହାର କରାଯାଇପାରିବ ।
Comments are closed.