ପୁରୀ: ସଂସଦରେ ୩୩% ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ସମଗ୍ର ନାରୀ ସମାଜ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି। ସେଥିପାଇଁ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁରୀ ମହିଳା ମୋର୍ଚ୍ଚା ତରଫରୁ ଦୀପଦାନ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମେଦୀଙ୍କ ପାଇଁ ସିଂହଦ୍ୱାର ସମ୍ମୁଖରେ ପୁରୀ ମହିଳା ମୋର୍ଚ୍ଚା ତରଫରୁ ଦୀପଦାନ କରାଯିବା ସହ ଖୁସୀରେ ମିଠା ବଣ୍ଟନ ମଧ୍ୟ କରାଯାଇଥିଲା। ଦୀର୍ଘ ଦିନରୁ କେନ୍ଦ୍ରରେ ମହିଳା ସଂରକ୍ଷଣ ପ୍ରସ୍ତାବଟି ଅଣଦେଖା ହୋଇ ଆସୁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାରୀକୁ ସମ୍ମାନ ଦେବାକୁ ମନସ୍ଥ କରି ଚଳିତ ଅଧିବେଶନରେ ସଂସଦରେ ୩୩% ମହିଳା ସଂରକ୍ଷଣ ବିଲ୍ ଟିକୁ ପାସ୍ କରି ସମଗ୍ର ନାରୀ ସମାଜକୁ ସମାନ ଅଧିକାର ଦେବାକୁ ଚେଷ୍ଟା କରିଛନ୍ତି।
Comments are closed.