ନୂଆଦିଲ୍ଲୀ: ବ୍ରାଜିଲର ଆମାଜନ ଅଂଚଳରେ ଏବେ ଭୟଙ୍କର ମରୁଡି ପରିଲକ୍ଷିତ ହେଉଛି । ଏଠାକାର ପୋଖରୀ ଏବଂ ହ୍ରଦ ପାଣିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ସାରିଛି । ସବୁଠାରୁ ଦୁଃଖର କଥା ସପ୍ତାହକ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଡଲଫିନଙ୍କ ମୃତ୍ୟୁ ଘଟିଛି । ବୈଜ୍ଞାନିକମାନେ ଏ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଯଦି ଏ ଭଳି ଲାଗି ରହେ ତାହାହେଲେ ଡଲଫିନ ବିଲୁପ୍ତ ପ୍ରାଣୀରେ ସାମିଲ ହୋଇଯିବେ ବୋଲି ଆଶଙ୍କା କରାଯାଉଛି । ସିଏନଏନ ରିପୋର୍ଟ ମୁତାବକ ଡଲଫିନମାନଙ୍କୁ ବଂଚାଇବା ପାଇଁ ଅପେକ୍ଷାକୃତ ଥଣ୍ଡା ପାଣି ଥିବା ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ତେବେ ନୂତନ ପରିବେଶରେ ଡଲଫିନ ତିଷ୍ଠି ରହିବା ମଧ୍ୟ ଏକ ଚ୍ୟାଲେଞ୍ଜିଂ ବିଷୟ ।
ଡଲଫିନ ପାଣି ୯୯୦ ଫୁଟ ଗଭୀରରେ ଚଳିପାରେ ଏବଂ ୨୦ ଫୁଟ ପର୍ଯ୍ୟନ୍ତ ଡେଇଁପାରେ । ମାଛଧରାଳୀଙ୍କ ଜାଲରେ ପଡି ଅନେକ ଡଲଫିନ ମୃତ୍ୟୁ ମୁଖରେ ପଡୁଛନ୍ତି । ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଯିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ ମାନେ କହିଛନ୍ତି ।
Comments are closed.