Latest Odisha News

BREAKING NEWS

ପିଞ୍ଜରାରେ ରୁହନ୍ତି ଯୁବତୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଭଲ ଘର ଖଣ୍ଡିଏରେ ରହିବାକୁ ସାଧାରଣତଃ ସମସ୍ତଙ୍କର ଇଛା । ସେଥିଲାଗି ଲୋକେ ନିଜ ସ୍ୱପ୍ନର ଘର ତିଆରି କରିବାକୁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି । ହେଲେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ପିଞ୍ଜରା ଭିତରେ ରହିବାକୁ ପସନ୍ଦ କରନ୍ତି । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

୨୨ ବର୍ଷୀୟା ଲିଆ ପାର୍କର ନାମକ ଜଣେ ଯୁବତୀ ଆମେରିକାରେ ରୁହନ୍ତି । ଲିଆ କୌଣସି ଖଟ ବା ଚଟାଣରେ ଶୁଅନ୍ତି ନାହିଁ । ସେ ଏକ ପିଞ୍ଜରା ଭିତରେ ରହିବାକୁ ପସନ୍ଦ କରନ୍ତି । ଏହା ଭିତରେ ସେ ଶୋଇଲେ ବହୁତ ଆରାମଦାୟକ ଅନୁଭବ କରନ୍ତି । କାରଣ ଲିଆ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିସଅର୍ଡର ରୋଗରେ ପୀଡିତ । ଦୈନନ୍ଦିନ ଜୀବନର ଚାପରୁ ରକ୍ଷା ପାଇବା ପାଇଁ ସେ ଏପରି ବ୍ୟବହାର କରନ୍ତି । ଲିଆ କୁହନ୍ତି ଯେ, ମୋତେ ଯେତେବେଳେ ୧୮ ବର୍ଷ ହୋଇଥିଲା, ସେବେଠାରୁ ମୁଁ ଏଥିରେ ରହି ଆସୁଛି । ଶୋଇବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଏହି ପିଞ୍ଜରା ଭିତରକୁ ଯାଏ । ବେଳେବେଳେ ଦିନସାରା ଏଥିରେ ବିଶ୍ରାମ ନେବାକୁ ଭଲ ପାଏ । ସେ ଏହି ପିଞ୍ଜରାକୁ ଖୁବ୍ ସୁନ୍ଦର ଭାବେ ସଜାଇଛନ୍ତି । ଏଥିରେ ସେ ଏକ ଗଦି ପକାଇବା ସହ ଟେଡ଼ି ବିୟରକୁ ରଖିଛନ୍ତି ।

ଲିଆ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ । ତାଙ୍କର ହଜାର ହଜାର ଫଲୋଅର୍ସ ଅଛନ୍ତି । ନିକଟରେ ସେ ନିଜ ଜୀବନଶୈଳୀ ସମ୍ପର୍କରେ ସେୟାର କରିଛନ୍ତି ।

 

Comments are closed.