Latest Odisha News

BREAKING NEWS

ସଞ୍ଜୟ ସିଂହଙ୍କୁ କୋର୍ଟରେ ହାଜର କରାଇଲା ଇଡି; ୧୦ ଦିନ ରିମାଣ୍ଡ ମାଗିଲା

ନୂଆଦିଲ୍ଲୀ:ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କୁ ଇଡି ଗୁରୁବାର ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରିଥିଲା । ସେଠାରେ ସଞ୍ଜୟ ସିଂହଙ୍କ ଓକିଲଙ୍କୁ ରିମାଣ୍ଡ କପି ଦିଆ ଯାଇଥିଲା । ଶୁଣାଣି ସମୟରେ ସଞ୍ଜୟ ସିଂହଙ୍କ ଓକିଲ ମୋହିତ ମାଥୁର କୋର୍ଟଙ୍କୁ ପ୍ରଶ୍ନ କରିଥିଲେ, କେଉଁ ଆଧାରରେ ସଞ୍ଜୟଙ୍କୁ ଗିରଫ କରାଗଲା ତାହା କୁହାଯାଉ ।   ଏହା ଉପରେ ରାଉଜ ଏଭିନ୍ୟୁ କୋର୍ଟରେ ଇଡିର ଓକିଲ କହିଥିଲ,  ଅଲଗା ଅଲଗା ଦୁଇଟି ଟ୍ରାଞ୍ଜାକ୍ସନରେ ପ୍ରାୟ ୨ କୋଟିର କାରବାର ହୋଇଛି । ଇଡି ୧୦ ଦିନର ରିମାଣ୍ଡ ମାଗିଥିଲେ । ଏହାକୁ ସଞ୍ଜୟ ସିଂହ ବିରୋଧ କରିଥିଲେ ।

ସଞ୍ଜୟଙ୍କ ଓକିଲ କହିଥିଲେ, ଗୋଟିଏ ବର୍ଷରେ ୨୩୯ ଥର ସର୍ଚ୍ଚ କରିସାରିଲେଣି । ଡିଜିଟାଲ ସାକ୍ଷ୍ୟ ବ୍ୟତୀତ କିଛି ମିଳି ନ ଥିଲା । ଓକିଲ କୋର୍ଟଙ୍କୁ ଏକଥା ମଧ୍ୟ ଦେଖାଇବାକୁ ଚାହିଁଥିଲେ ଯେ, ତାଙ୍କ ଘରୁ ରେଡ ସମୟରେ କିଛି ବି ଏମିତି ଜିନିଷ ମିଳି ନ ଥିଲା ଯାହା ଏହି ମାମଲା ସହ ସଂପୃକ୍ତ ।

ସୂଚନାଥାଉ କି,  ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା । ଇଡି ସାଂସଦଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଘରେ ବୁଧବାର ସକାଳ ୭ଟାରେ ଛାପା ମାରିଥିଲେ । ସେଠାରୁ କିଛି କାଗଜପତ୍ର ମଧ୍ୟ ଜବତ କରିଥିଲେ । ଦୀର୍ଘସମୟ ଧରି ଜେରା କରିବା  ପରେ ଅପରାହ୍ନ ୫ଟା ୩୦ରେ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ଇଡି ।

ସୂଚନା ଥାଉ କି, ଏହି ମାମଲାରେ ପୂର୍ବରୁ ମନୀଷ ସିସୋଦିଆ ଜେଲରେ ଅଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଇଡି ତାଙ୍କର ଚାର୍ଜସିଟରେ ସଞ୍ଜୟ ସିଂହଙ୍କ ନାଁ ଯୋଡିଥିଲା ।

 

Comments are closed.