ହାଙ୍ଗଝୋଉ: ଭାରତ ଏସିଆନ ଗେମ୍ସ କ୍ରିକେଟର ପୁରୁଷ ବିଭାଗର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ସେମିଫାଇନାଲ ମୁକାବିଲାରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତର ଆଉ ଏକ ସ୍ୱର୍ଣ୍ଣ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୯ ୱିକେଟ ହରାଇ ୯୬ ରନ କରିଥିଲା । ଜବାବରେ ଭାରତ ୯.୨ ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ତିଳକ ବର୍ମା ୨୬ ବଲରେ ୫୫ ଓ ରିତୁରାଜ ଗାଏକ୍ୱାଡ ୪୦ରନ କରିଥିଲେ । ଯଶସ୍ୱୀ ଜୈସୱାଲ ଖାତା ଖୋଲି ନ ପାରି ଆଉଟ ହୋଇଥିଲେ । ରିପନ ମଣ୍ଡଳ ଏହି ୱିକେଟଟି ହାସଲ କରିଥିଲେ ।
ଫାଇନାଲରେ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଅନ୍ୟ ସେମିଫାଇନାଲର ବିଜେତାକୁ ଭାରତ ଭେଟିବ । ଅକ୍ଟୋବର ୭ରେ ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ୧୦୦ ପଦକ ହାସଲ ଟାର୍ଗେଟରେ ରହିଛନ୍ତି ।
Comments are closed.