Latest Odisha News

ସିଜିମାଳୀ ଖଣି ଖନନକୁ ନେଇ କାଶୀପୁରରେ ଖଣି ସମର୍ଥକଙ୍କ ଶୋଭାଯାତ୍ରା

ରାୟଗଡ଼ା: ସିଜାମାଳିରେ ବେଦାନ୍ତର ଖଣି ଖନନକୁ ନେଇ ସମର୍ଥକ ଓ ବିପକ୍ଷ ମଧ୍ୟରେ ତୁ ତୁ ମେ ମେ ଚାଲିଥିବା ବେଳେ ଆଜି କମ୍ପାନୀ ସମର୍ଥକ ଦ୍ୱାରା କାଶୀପୁର ଠାରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଖଣି ଖନନକୁ ସମର୍ଥନ କରି ଆଜି କାଶୀପୁରଠାରେ ଏକ ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ତେବେ ଖଣି ଖନନ ଦ୍ୱାରା ଅଞ୍ଚଳରେ ଉନ୍ନତି ହେବାକୁ ଆଶା ରଖିଥିବା ବେଳେ ପଥମେ କମ୍ପାନୀ ଓ ପରେ ଖଣି ଖନନ ବୋଲି କହିଛନ୍ତି ସପକ୍ଷବାଦୀ। କଳାହାଣ୍ଡିର ଥୁଅମୂଳ ରାମପୁର ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ସିଜିମାଳୀ ଖଣିର ୧୫୪୯.୦୨୨ ହେକ୍ଟର ଖଣିରୁ ୯ ଏମଟିପିଏ ବକ୍ସାଇଟ ଖନନ ପାଇଁ ଆଗାମୀ ୧୬ ଅକ୍ଟୋବର ୨୦୨୩ରେ ସୁଙ୍ଗେରଠାରେ ଭାରତ ସରକାର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ପରିବେଶ ମଞ୍ଜୁରୀ ଜନଶୁଣାଣି ଆୟୋଜନ ହେବ। ତେବେ ପ୍ରଭାବିତ ଗ୍ରାମ କଣ୍ଟାମାଳ, ବଣ୍ଡେଲ, ସିରାମ୍ବାଇ ଗ୍ରାମବାସୀ ଜନଶୁଣାଣୀକୁ ବିରୋଧ କରିବାକୁ ଅଣ୍ଟା ଭିଡିଥିବା ବେଳେ ଜନଶୁଣାଣୀ ପୂର୍ବରୁ ଆଜି କମ୍ପାନୀ ସମର୍ଥକ ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଓ ଥୁଆମୂଳ ରାମପୁର ବ୍ଲକର ହଜାର ହଜାର ସଂଖ୍ୟାରେ ସମର୍ଥକ ଶୋଭାଯାତ୍ରା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

କାଶୀପୁର ହନୁମାନ ମନ୍ଦିର ଏବଂ ହେଲିପେଡ ପଡ଼ିଆରୁ ପୃଥକ ପୃଥକ ଭାବେ ଶୋଭା ଯାତ୍ରାରେ ଆସି ପୋଲିସ ଷ୍ଟେସନରେ ପହଞ୍ଚି ଏସପି ଓ ଅତିରିକ୍ତ ତହସିଲଦାରଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଖଣି ଖନନକୁ ସମର୍ଥନ ଜଣେଇଛନ୍ତି। ଅପରପକ୍ଷେ ବେଦାନ୍ତ କମ୍ପାନୀର ଖଣି ଖନନ ଦ୍ୱାରା ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ହେବାକୁ ସପକ୍ଷବାଦୀ ଆଶା ରଖିଥିବା ବେଳେ କିଛି ପଥମେ କମ୍ପାନୀ ଓ ପରେ ଖଣି ଖନନ ଉଚିତ ବୋଲି ମତ ରଖିଛନ୍ତି। ଅନ୍ୟପଟେ ସମର୍ଥକ ଦେଇଥବା ସ୍ମାରକପତ୍ର ଉପରିସ୍ଥ ଅଧିକାରୀଙ୍କୁ ପ୍ରେରଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଅତିରିକ୍ତ ତହସିଲଦାର।

Comments are closed.