ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପୁଂଜେ ଜୁଳୁଜୁଳିଆ ପୋକ
ଦେଖାଇ ନିଜସ୍ବ ଆଲୋକ
କରିଲେ ସୂର୍ଯକୁ ବିରୋଧ
ଆପେ ହୁଅଂତି ହାସ୍ୟାସ୍ପଦ
ପୋକର ଅଳ୍ପ ଟିକେ ଜ୍ୟୋତି
ଲାଭ ବଦଳେ କରେ କ୍ଷତି
ଦୃଶ୍ୟ ହେଲେ ହେଁ ମନୋହର
ରାଜୁତି ଚଳେ ଅଂଧାରର
ସୂର୍ଯ ଜଳଂତା ଅଗ୍ନି ପିଂଡ
ଆଲୋକ ଉତ୍ତାପ ପ୍ରଚଂଡ
ବିଶ୍ବର ଅର୍ଧାଂଶକୁ ଦାନ
କରିଚାଲିଛି ପ୍ରତି ଦିନ
ଜୁଳୁଜୁଳିଆ ସାରା ରାତି
ବାଂଟିଲେ ସୁଦ୍ଧା ନିଜ ଜ୍ୟୋତି
ଅଂଧାର ସେହିପରି ଥାଏ
ଆଲୋକ ଟିକିଏ ନ ପାଏ
ନିଜ ନିଜର ଗୁଣ ଧରି
ସର୍ବେ ହୋଇଲେ ଉପକାରୀ
ବର୍ଜନ କରି ଅହଂକାର
ପାଳଂତି ସ୍ବଧର୍ମ ନିଜର
କେହି ନୁହେ ବଡ଼ କି ସାନ
ପ୍ରତ୍ୟେକେ ସେବା କରି ଦାନ
ଜିଇଁଲେ ହୋଇ ଆତ୍ମାଧୀନ
ମିଳଇ ସ୍ପଷ୍ଟ ସମାଧାନ
ପ୍ରଦୂଷଣ ସହିତ ଯୁଦ୍ଧ
କଲେ ହିଁ ପୃଥିବୀ ସମୃଦ୍ଧ
ହେବାର ଅଛି ସଂଭାବନା
ଏହା ତ ସମସ୍ତଂକୁ ଜଣା
ଦେଶ ଦେଶ ମଧ୍ୟରେ ଯୁଦ୍ଧ
କେବେ ବି ନୁହେ ନିରାପଦ
ବିଶ୍ବକୁ କରି ଭାଗ ଭାଗ
ସଭିଏଁ ଭୋଗୁଛୁଁ ଦୁର୍ଯୋଗ
ଯାହାର ଯେପରି ବିଚାର
କରିବା ଅବଶ୍ୟ ସ୍ବୀକାର
ଅଯଥା କରିଲେ ବିରୋଧ
ଆରଂଭ ହୁଏ ଶବ୍ଦ ଯୁଦ୍ଧ
ତାହା ତ ଶାଂତିର ବଇରି
କେବେ ହୁଏନି ହିତକାରୀ
ସଂଗ୍ରାମ ହେଲେ ଏକ ଭ୍ରମ
ସ୍ଥଗିତ ହୁଏ ପରିଶ୍ରମ
ଅଶାଂତ ହୁଏ ଯେବେ ମନ
ଅଟକିରହେ କାର୍ଯମାନ
ଲୋକେ ନ ହେଲେ କ୍ରିୟଶୀଳ
ଚଂଚଳ ଆସଇ ଦୁଷ୍କାଳ
ବ୍ଯକ୍ତି କରିଲେ ପକ୍ଷପାତ
ହୋଇପାରେନି କେବେ ମୁକ୍ତ
ସ୍ବକାର୍ଯ ପ୍ରତି ଦେଲେ ଧ୍ୟାନ
ଅବଶ୍ଯ ହୁଅଇ ସ୍ବାଧୀନ
ଦୋଷୀ,ସାକ୍ଷୀ ଓ ବିଚାରକ
ସାଜିଲେ କୌଣିସି ଲେଖକ
ଶୁଣାଏ ନିଷ୍ଠୁର ନିଷ୍ପତ୍ତି
ନ ଥିଲେ ସୁଦ୍ଧା ତା’ର ଭିତ୍ତି
Comments are closed.