ଏଥେନ୍ସ: ଗ୍ରୀସ୍ର ପେଲୋପେନିସ ଅଞ୍ଚଳରେ ଏକ ଅଜବ ପ୍ରକାର ମହଲ ଅଛି, ଯାହାକୁ ଗ୍ରୀସ୍ର ଡିଜ୍ନିଲାଣ୍ଡ କୁହାଯାଏ । ଏହାର ନିର୍ମାଣ ମଧ୍ୟଯୁଗୀୟ ଭଳି ଦେଖିବାକୁ । ଏହି ମହଲକୁ ପହରା ଦେବାକୁ ଚାରିପଟେ ବଡ଼ ବଡ଼ ଭୟାନକ ମୂର୍ତ୍ତର୍ି ରହିଛି । ଏହାର ଖର୍ଚ୍ଚ ଅଧିକ ହେବାରୁ ତାକୁ ଖାଲି ଛଡ଼ାଯାଇଛି । ଫଳରେ ଏବେ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।
୧୯୬୦ରେ ଚାର୍ଲାମ୍ବୋସ୍ ଫର୍ନାରକିସ୍ ନାମକ ଜଣେ ଡ଼ାକ୍ତର ଏହି ମହଲକୁ ନିର୍ମାଣ କରିଥିଲେ । ଯେଉଁଥିରେ ମଧ୍ୟଯୁଗୀୟ କାରିଗରଙ୍କୁ ନେଇ ଟ୍ରୋଜନ ଯୁଦ୍ଧ ଏବଂ ଗ୍ରୀକ୍ କ୍ରାନ୍ତିର ପ୍ରତୀକ ଦେଖିବାକୁ ମିଳେ । ଟ୍ରୋଜନ ଯୁଦ୍ଧର ଏକ ବଡ଼ ମୂର୍ତ୍ତି ମହଲ ବାହାରେ ରହିଛି । ଏକ ସମୟରେ ଏହି ମହଲର ମାଲିକଙ୍କ ଏକ ଲାଇବ୍ରେରି ମଧ୍ୟ ଥିଲା । ମହଲ ବାହାରେ ଥିବା ପଡ଼ିଆରେ ଗ୍ରୀକ୍ର ପ୍ରାଚୀନ ଦେବତାଙ୍କ ମୂର୍ତ୍ତି ସବୁ ରହିଛି । ତେବେ ଡାକ୍ତର ଫର୍ନାରକିସ୍ ଏହି ମହଲରେ ନିଜେ ରହିବାକୁ ତିଆରି କରିଥିଲେ ।
ସେ ତାଙ୍କ ଜେଜେ ମା’, ଜେଜେ ବାପାଙ୍କଠାରୁ କାହାଣୀ ଶୁଣି ସେ ଏହି ମହଲକୁ ପ୍ରସ୍ତୁତ କରିଥିଲେ । ନିର୍ମାଣର କିଛି ବର୍ଷ ପରେ ଏହାକୁ ହୋଟେଲ, ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟବହୃତ କରାଯାଇଥିଲା । ହେଲେ ଏବେ ଏହା ବନ୍ଦ ରହିିଛି । ଏହାର ଚାରିପଟେ ଅଳିଆ ପଡ଼ିରହିଛି । ତେବେ ସ୍ଥାନୀୟ ଅଫିସରମାନେ ମହଲକୁ ପୁନଃ ଖୋଲିବାକୁ ଚେଷ୍ଟା ଚଳାଇଥିବା ଜଣାପଡ଼ିଛି । ପରେ ସେହି ଡାକ୍ତର ଗ୍ରୀସ୍ର ଫିଲାଣ୍ଟାରେ ମଧ୍ୟ ଏଇଫିଲ୍ ଟାୱାର ଭଳି ଦେଖିବାକୁ ଏକ ଛୋଟ ବିଲ୍ଡିଂ ମଧ୍ୟ ତିଆରି କରିଥିଲେ ।
Comments are closed.