Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଓଡ଼ିଆ ମାସ ଅନୁସାରେ ପାଳିତ ହେଉଥିବା ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀଗୁଡ଼ିକ ବିଷୟରେ ଆଲୋଚନା ଜାରି ରହିଛି। ଏହି କ୍ରମରେ ଆଜି ଜାଣିବା ଜ୍ୟେଷ୍ଠ ମାସରେ ପାଳିତ ହେଉଥିବା ପର୍ବପର୍ବାଣୀ ବିଷୟରେ ।

ଭଉଁରୀ ଯାତ୍ରା :- ଏହା ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ, ବୈଶାଖ ମାସରେ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରାର ଏହା ସମାପନ ଦିବସ।

ଜଳକ୍ରୀଡା ଏକାଦଶୀ :- ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଏହା ଅନୁଷ୍ଠିତ ହୋଇଥାଏ।

ସାବିତ୍ରୀ ଅମାବାସ୍ୟା :- ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଏହା ଅନୁଷ୍ଠିତ ହୋଇଥାଏ. ଘରେ ଘରେ ଏହା ପାଳିତ ହେବା ସହ ଶ୍ରୀମନ୍ଦିରରେ ମଧ୍ୟ ସାବିତ୍ରୀଙ୍କ ପାଖରେ ବିଶେଷ ପୂଜା ଅର୍ଚ୍ଚନା ହୋଇଥାଏ।

ଶିବ ବିବାହ :- ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଏହା ପାଳିତ ହୁଏ।

ଶୀତଳ ଷଷ୍ଠୀ :- ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହା ପାଳିତ ହୋଇଥାଏ। ସାରା ଓଡ଼ିଶାରେ ଏହା ପାଳିତ ହେଲେ ମଧ୍ୟ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ପର୍ବ।

ରାଜେନ୍ଦ୍ରାଭିଷେକ :- ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହା ପାଳିତ ହୋଇଥାଏ।

ରଜ ସଂକ୍ରାନ୍ତି :- ମିଥୁନ ମାସ ସଂକ୍ରାନ୍ତି ତିଥିକୁ ରଜ ସଂକ୍ରାନ୍ତି ହିସାବରେ ପାଳିତ ହୁଏ ।

ରୁକ୍ମିଣୀ ବିବାହ :- ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଏହା ଶ୍ରୀମନ୍ଦିରରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମଦନ ମୋହନଙ୍କର ରାଜବେଶ ହୋଇଥାଏ।

ଚମ୍ପକ ଦ୍ୱାଦଶୀ :- ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଏହା ପାଳିତ ହୋଇଥାଏ।

ଅଣବସର :- ଜ୍ୟେଷ୍ଠ ମାସର ପୂର୍ଣ୍ଣମୀ ତିଥିରୁ ଏହା ଆରମ୍ଭ ହୋଇଥାଏ। ଏହି ଦିନ ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଶେଷରେ ଠାକୁରମାନେ ରତ୍ନ ସିଂହାସନ ନଯାଇ ଅଣସର ଗୃହରେ ଉପବେଶନ କରନ୍ତି।

ଆଗାମୀ ଅଧ୍ୟାୟରେ ଜାଣିବା ଆଷାଢ଼ ମାସର ପର୍ବ ପର୍ବାଣୀ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ମୋର ଭକତ ପ୍ରାଣୀ ଯେବେ
ମୋତେ ପୁଜଇ ପ୍ରେମ ଭାବେ।
ଦେବତା ଋଷି ପିତୃଙ୍କର
ସ୍ଵଭାବେ ଋଣୀ ଏ ଶରୀର।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

 

Leave A Reply

Your email address will not be published.