ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ୪୯ନଂ ଜାତୀୟ ରାଜପଥ ମୁକ୍ତାପୁର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମର୍ଣ୍ଣିଂ ଓ୍ବାକ୍ କରୁଥିବାବେଳେ ଟ୍ରକ୍ ମାଡିଯାଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇତିବା ସୂଚନା ମିଳିଛି । ମୃତକ ମାଧବ ସମାଡ ଏବଂ ରାଜେଶ ଶୁଣ୍ଡି ବୋଲି ଜଣାପଡିଛି । ଏମାନେ ଦୁଇ ଜଣ ପ୍ରତିଦିନ ପରି ଆଜି ମଧ୍ୟ ସକାଳୁ ମର୍ଣ୍ଣିଂ ଓ୍ବାକ ପାଇଁ ଯାଉଥିଲେ ।
ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ହ୍ରାଇଭର ଜଣକ ଫେରାର ହୋଇଯାଇଛି । ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
Comments are closed.