Latest Odisha News

BREAKING NEWS

ଓଜନ ହ୍ରାସ ପାଇଁ ସର୍ବୋତ୍ତମ କଫି: ଆସନ୍ତୁ ଜାଣିବା କେଉଁ କଫି ପିଇବେ ବ୍ଲାକ୍ ନା ମିଲ୍କ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଫିଟନେସକୁ ନେଇ ସମସ୍ତେ ଜାଗ୍ରତ ଆଉ ଚିନ୍ତିତ ମଧ୍ୟ। କିନ୍ତୁ ବିଭିନ୍ନ ସମୟରେ ଖରାପ ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ  ।  ମେଦବହୁଳତା ଲୋକଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇଛି। ମେଦବହୁଳତା ଏକ ରୋଗ ନ ହେଲେ ବି ଅନେକ ରୋଗର ମୁଖ୍ୟ ଉତ୍ସ। ସେଥିପାଇଁ ସମସ୍ତେ ଫିଟ୍ ରହିବାକୁ ବହୁ ଚେଷ୍ଟା କରୁଛନ୍ତି। କିଏ ଡାଏଟ୍ କରୁଛି ତ  ଆଉ କିଏ ବ୍ୟାୟାମ ଯାଉଛି। ତେବେ ଆସନ୍ତୁ ଜାଣିବା କେଉଁ କଫି ପିଇଲେ ଓଜନ ହ୍ରାସ ହୋଇଥାଏ  ।

ବେଳେ ବେଳେ ଆମ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୁଏ  । କି ବ୍ଲାକ୍ କଫି ପିଇଲେ ଓଜନ ହ୍ରାସ ହୁଏ ନା ମିଲ୍କ କଫି । ଓଜନ ହ୍ରାସ କରିବାରେ କେଉଁଟା ସର୍ବୋତ୍ତମ  । ଆସନ୍ତୁ ଜାଣିବା  । ତେବେ ବ୍ଲାକ୍ କଫି ହେଉଛି ଏକ ମେଟାବୋଲିଜିମ୍ ବୁଷ୍ଟର୍। ଓଜନ ହ୍ରାସ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ଥିବା କଫିନ୍ ମେଟାବୋଲିଜିମ ଏକ ଶକ୍ତି ଦେଇଥାଏ ।  ଯାହା କମ୍ ସମୟ ମଧ୍ୟରେ ଅଧିକ କ୍ୟାଲୋରୀ ହ୍ରାସ କରିପାରେ। ବ୍ଲାକ୍ କଫି ପିଇବା ଦ୍ୱାରା ଖୁବ୍ କମ୍ ଭୋକ ଲାଗିଥାଏ। ଫଳରେ ଓଜନରେ ହ୍ରାସ ସ୍ୱାଭାବିକ ହୋଇଥାଏ।

କ୍ଷୀର କଫି ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କ୍ଷୀର କଫିରେ କ୍ୟାଲସିୟମ ଏବଂ ପ୍ରୋଟିନ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। କମ୍ ଚର୍ବି କିମ୍ବା ମଲାଇ ନଥିବା କ୍ଷୀର ସହିତ କଫି ପିଇବା ଉଚିତ୍। ଅଧିକ କ୍ୟାଲୋରୀ କାରଣରୁ ମିଲ୍କ କଫି, ବ୍ଲାକ୍ କଫି ପରି ମେଟାବୋଲିଜିମ୍ ବୃଦ୍ଧି କରେ ନାହିଁ। ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ ଓଜନ ହ୍ରାସ କରିବାକୁ ଆପଣ ନିଜ ପସନ୍ଦ ଅନୁଯାୟୀ ଯେକୌଣସି କଫି ପିଇପାରିବେ। କିନ୍ତୁ ଏହି ଦୁଇଟି କଫି ସେବନରେ ଏକ ସନ୍ତୁଳନ ରକ୍ଷା କରିବା ସହ ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ କରିବା ଆବଶ୍ୟକ।

 

Comments are closed.