Latest Odisha News

BREAKING NEWS

ନୂଆବର୍ଷରୁ ନୂଆ ନିୟମ: ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ

ପୁରୀ: ନୂଆ ବର୍ଷରେ ଶ୍ରୀମନ୍ଦିରରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ  ।  ଏଥର ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ହେବ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ । ନଚେତ୍ ମନ୍ଦିର ମଧ୍ୟକୁ ପ୍ରବେଶ ବାରଣ ରହିଛି । ଆସନ୍ତା ନୂଆବର୍ଷଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସିଂହଦ୍ଵାରରେ ମୁତୟନ ରହିଥିବା  ଜେଟିପି ଏବଂ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକମାନେ  ଭକ୍ତଙ୍କ ପୋଷାକକୁ ତଦାରଖ କରିବେ।ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ତେବେ ଏ ନେଇ  ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଛି ।  ଧାର୍ମିକ ମନୋଭାବ ନେଇ ଭକ୍ତମାନେ ପୋଷାକ ପରିଧାନ ଦିଗରେ ଗୁରୁତ୍ବ ଦେବାକୁ ଅନୁରୋଧ କରାଯାଇଛି । କେବଳ ୧୨ ବର୍ଷରୁ କମ୍ ବୟସର ପିଲାମାନେ ହାପ୍ ପ୍ୟାଣ୍ଟ ପିନ୍ଧିପାରିବେ । ନଚେତ୍ ତାଠାରୁ ଅଧିକ ବୟସର ପିଲା କୌଣସି ଚିରାଫଟା ଓ ହାପ୍ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ । ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବକମିଟି ବୈଠକରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି ।

Comments are closed.