Latest Odisha News

BREAKING NEWS

ନିଶା ନିବାରଣ କେନ୍ଦ୍ରରୁ ଆସିଲା ସାଂଘାତିକ ଅଭିଯୋଗ: ଯୁବକଙ୍କୁ ପିଟି ପିଟି କଲେ ହତ୍ୟା

ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରୁ ପୁଣି ସାଂଘାତିକ ଅଭିଯୋଗ ଆସିଛି  । ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା  କରାଯାଇଛି  । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ବର ଧଉଳିସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରୁ । ମୃତକ ଝରଣାସାହିର କାଳୁ ନାୟକ ବୋଲି ଜଣାପଡିଛି  । ମାତ୍ର ୩ ମାସ ତଳେ କାଳୁ  ଏହି ନିଶା ନିବାରଣ କେନ୍ଦ୍ରକୁ ଆସିଥିଲେ ।

ନିଶା ଛଡ଼ାଇବା ନାଁରେ ତାଙ୍କୁ ନିସ୍ତୁକ  ମାଡ ମରାଯାଇଥିବା ଅଭିଯୋଗ ହୋଇଛି  । ଧଉଳି ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏକ ହତ୍ୟା ମାମଲା ରୁଜ୍ଜୁ କରି ତନାଘନା ଚଳାଇଛି  । ସିସିଟିଭି ଫୁଟେଜ ଜବତ କରିବା ସହ ମାଲିକଙ୍କୁ ମଧ୍ୟ  ପଚରାଉଚରା କରାଯାଇଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି  ।

Comments are closed.