Latest Odisha News

BREAKING NEWS

ପାର୍ବଣ ୠତୁକୁ ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ, ନିୟମ ଉଲ୍ଲଙ୍ଘନ କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା: ଆରମ୍ଭ ହେଲା ପାର୍ବଣ ଋତୁ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ପାର୍ବଣ ଋତୁରେ ମହାଳୟା ସହ ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା ଅବସରରେ କିଭଳି ଏହାକୁ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା।

ପୂର୍ବରୁ ଗଣେଶ ପୂଜା ଅବସରରେ କୌଣସି ପୂଜା କମିଟି ପକ୍ଷରୁ ନିୟମ ପାଳନ ନକରି ମୂର୍ତ୍ତି ଗୁଡ଼ିକୁ ବଂଶଧାରା ନଦୀରେ ବିସର୍ଜନ କରାଯାଇଥିଲା। ଯାହା ଦ୍ଵାରା ନଦୀର ଜଳ ନଷ୍ଟ ହୋଇଥିଲା। ତେଣୁ ବର୍ତ୍ତମାନ ସମସ୍ତ ପୂଜା ପେଣ୍ଡାଲ ଗୁଡ଼ିକ ନିୟମାନୁଯାୟୀ କରିବାକୁ ଜିଲ୍ଲା ପ୍ରଶାସନ ତାଗିଦ୍ କରିଥିଲେ। ଯଦି କେହି ଏ ନିୟମ ନମାନନ୍ତି ତେବେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇ ଦିଆଯାଇଥିଲା। ଏହି ବୈଠକରେ ଗୁଣୁପୁର ଉପଖଣ୍ଡ ପ୍ରଶାସନର ସାତୋଟି ବ୍ଲକ ଏବଂ ପୌର ପରିଷଦର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।

Comments are closed.