Latest Odisha News

BREAKING NEWS

ଭାରତର ଧମାକାଦାର ଜିତ୍: ପାକିସ୍ତାନ ବିରୋଧରେ ବିଜୟ ଧାରା ରହିଲା ଅବ୍ୟାହତ, ରୋହିତ ଝଡରେ ଉଡିଗଲା ବାବର ବ୍ରିଗେଡ

ନୂଆଦିଲ୍ଲୀ:ଆଇସିସି ୱାନ ଡେ ୱାର୍ଲଡ କପରେ ପାକିସ୍ତାନ ବିରୋଧରେ ଭାରତର ବିଜୟ ଧାରା ଆଜି ବି ଅବ୍ୟାହତ ରହିଛି । ୱାର୍ଲଡ କପ ୨୦୨୩ରେ ଭାରତୀୟ ଟିମ ୩୦.୩ ଓଭରରେ ୭ ୱିକେଟରେ ମ୍ୟାଚ ଜିତିଛି ।

ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତୀୟ ବୋଲର ଦେଖାଇଥିଲେ ସେମାନଙ୍କ ପରାକ୍ରମ । ପରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରଣ ସାମ୍ନାରେ ପାକିସ୍ତାନ ନିଜ ପକ୍ଷକୁ ସମ୍ଭାଳି ପାରି ନ ଥିଲା । ବ୍ୟାଟିଂରେ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ବୋଲିଂରେ ମଧ୍ୟ ବିଶେଷ କିଛି କମାଲ ଦେଖାଇ ପାରି ନ ଥିଲା । ଯାହାଫଳରେ  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆ ଉଡିଥିଲା ତ୍ରିରଙ୍ଗା । ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ମଧ୍ୟ ପହଞ୍ଚି ଯାଇଛି।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ କରିଥିଲା ମାତ୍ର  ୧୯୧ ରନ ।   ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ୱିକେଟ ନେଇଛନ୍ତି।

୧୯୨ ରନକୁ  ଟାର୍ଗେଟକୁ ପିଛା କରୁଥିବା ଭାରତ ୧୨୭ ବଲ ପୂର୍ବରୁ ମାତ୍ର ୩ ୱିକେଟ ହରାଇ ଏହାକୁ ହାସଲ କରିନେଇଛି  । ୧୨୮ ବଲରେ ୪ ରନର ଆବଶ୍ୟକ ଥିବା ବେଳେ ଶ୍ରେୟସ ଆୟର ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ। ଭାରତ ପକ୍ଷରୁ ଅଧିନାୟ ରୋହିତ ଶର୍ମା ବିସ୍ଫୋରକ ୮୬ ରନର ଇନିଂସ ଖେଳିଛନ୍ତି।

ୱାର୍ଲଡ କପ ଇତିହାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ ହୋଇ ସାରିଛି । ପ୍ରତିଥର ଭାରତୀୟ ଟିମ ପାକିସ୍ତାନକୁ ଧୂଳି ଚଟାଇଛି । ଏଥର ମଧ୍ୟ ସେହି ଧାରାକୁ ବଜାୟ ରଖିଛି ଟିମ ଇଣ୍ଡିଆ । ଅର୍ଥାତ ୱାର୍ଲଡ କପରେ ପାକିସ୍ତାନ ଭାରତ ବିରୋଧରେ ଗୋଟିଏ ବି ମ୍ୟାଚ ଜିତି ପାରିନି । ଏଥର କ୍ୟାପଟେନ ବାବର ଆଜମଙ୍କ କ୍ୟାପଟେନସିପ ଉପରେ କିଛି ଭରସା ଥିଲା । ହେଲେ ଶେଷରେ ତାହା ମଧ୍ୟ ଧୂଳିସାତ ହୋଇଯାଇଛି ।

Comments are closed.